ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଇନାର ଜଣେ ମହିଳା ନିଜ ବିଲେଇକୁ ସୁନ୍ଦର କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କ ବିଲେଇଟି ଦେଖିବାକୁ ଭାରି ଅସୁନ୍ଦର ବୋଲି ତାଙ୍କୁ ମନେ ହୋଇଥିଲା। ତେଣୁ ବିଲେଇଟି ପରି ଦେଖାଯାଉ ବୋଲି ମହିଳା ଚାହୁଁଥିଲେ। ଏଥିପାଇଁ ସେ ବିଲେଇର ପ୍ଲାଷ୍ଟିକ୍ ସର୍ଜରି କରାଇଲେ।

ସର୍ବପ୍ରଥମେ ବିଲେଇର ଆଖି ଏବଂ ପରେ ତା’ ଶରୀରର ସର୍ଜରି କରାଗଲା। ଚାଇନାର ଏକ ନ୍ୟୁଜ୍ ଚ୍ୟାନେଲ ଏହି ଖବର ପ୍ରକାଶ କରିଛି। ରିପୋର୍ଟ ଅନୁସାରେ ସର୍ଜରି ପରେ ବିଲେଇଟି ମୂର୍ଚ୍ଛା ପଡ଼ିଯିବା ସହ ତା’ ଆଖି ଲାଲ ହୋଇଯାଇଛି। ସର୍ଜରି ପାଇଁ ମହିଳା ଜଣଙ୍କ ୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।

ସର୍ଜରୀ କରିଥିବା ଡାକ୍ତରଙ୍କ କହିବା ଅନୁସାରେ, ଗୃହପାଳିତ ପ୍ରାଣୀଙ୍କ ଆଇବ୍ରୋ ସେଟ୍ କରିବା ପାଇଁ ତାଙ୍କ ନିକଟକୁ ବହୁତ ଲୋକ ଆସିଥାଆନ୍ତି। ଯାହାଦ୍ୱାରା ସେମାନେ ଡଗ୍ ଶୋ’ରେ ଭାଗ ନେଇପାରିବେ। ମାତ୍ର ସର୍ଜରି ପରି ଘଟଣା ଏହା ପ୍ରଥମ। ଏହି ଘଟଣା ପ୍ରଚାରିତ ହେବା ପରେ ଲୋକମାନେ ଉକ୍ତ ମହିଳାଙ୍କୁ ଗାଳି କରୁଛନ୍ତି। ଏହା ପଶୁପକ୍ଷୀଙ୍କ ପ୍ରତି ଅତ୍ୟାଚାର ବୋଲି ସେମାନେ କହିଛନ୍ତି।

Comment