ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ର ସିଜନ୍‌ ୧୨ ମାର୍ଚ୍ଚ ୨୩ରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗସ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ମଧ୍ୟରେ ହେବ।

ତେବେ ଆଶ୍ଚର୍ଯ୍ୟର କଥା ଏହି ମ୍ୟାଚ୍‌ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍‌ ଓ ବିରାଟ କୋହଲିଙ୍କ ଟିମ୍‌ ମଧ୍ୟରେ ଅଛି।

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଏହାର ଏକ ପ୍ରମୋସନାଲ ଭିଡିଓ ରିଲିଜ୍‌ କରାଯାଇଛି। ଯେଉଁଥିରେ ବିରାଟ ଓ ଧୋନି ପରସ୍ପର ସହିତ ଚର୍ଚ୍ଚା କରୁଥିବା ନଜର ଆସିଛନ୍ତି।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଟୁଇଟର ପେଜ୍‌ରେ ଏହି ଭିଡିଓକୁ ପୋଷ୍ଟ କରାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି କି ଦୁଇଟି ଟିମ୍‌ର ପ୍ରଶଂସକ ସବୁଠି ନିଜ ନିଜ୍‌ ଟିମ୍‌,  ଆଗରେ ଥିବା ଦେଖାଉଛନ୍ତି। ଏହା ସହିତ ସମସ୍ତେ ଭିଡିଓରେ କୋହଲି-କୋହଲି ଧୋନି-ଧୋନି ନାରା ଦେଉଥିବା ନଜର ଆସିଛନ୍ତି।

ଏହା ସହିତ ଏହି ଭିଡିଓର ଶେଷରେ ମହେନ୍ଦ୍ର ସିଂ ଧୋନି ଓ ବିରାଟ କୋହଲିଙ୍କୁ ଏକ ବାଲକୋନିରେ ଛିଡ଼ା ହୋଇ ଚାଏ ପେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି। ଯେଉଁଠି ପ୍ରତିଦ୍ୱନ୍ଦି ଟିମ୍‌ ଧୋନିଙ୍କୁ ପଚାରୁଛନ୍ତି କି କଣ ଲାଗୁଛି?

ଯାହାର ଉତ୍ତରରେ ଧୋନି କହୁଛନ୍ତି, “ଧୋନି ଓ କୋହଲି ତ କେବଳ ନାଁ”। ସଙ୍ଗେ ସଙ୍ଗେ ବିରାଟ କହୁଛନ୍ତି, “ଚାଲ ତେବେ ଖେଳ ଦେଖିବା।” ଏହା ଶୁଣି ଧୋନି କହିଛନ୍ତି ‘ବିଲକୁଲ, ୨୩ ମାର୍ଚ୍ଚ ଲେଟ କରନି।’ ଉତ୍ତରରେ ବିରାଟ କହିଛନ୍ତି ପକ୍କା।

ଆଇପିଏଲ୍‌ ପୂର୍ବରୁ ବିରାଟ ଓ ଧୋନିଙ୍କ ଚାଏ ପେ ଚର୍ଚ୍ଚାର ଭିଡିଓକୁ ଅନେକ ଲୋକ ଦେଖିସାରିଲେଣି। ସମସ୍ତେ ଏଥିରେ ନିଜର କମେଣ୍ଟ ମଧ୍ୟ ରଖୁଛନ୍ତି।

Comment