ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜ ବାହାଘରରେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବିରୁଷ୍କା।

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ୨୦୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲୋ। ୨୦୧୭ରେ ବିରୁଷ୍କାଙ୍କ ବାହାଘର ସବୁଠୁ ହାଇପ୍ରୋଫାଇଲ ବାହାଘର ଥିଲା। ଉଭୟ ଇଟାଲିରେ ଯାଇ ବିବାହ କରିଥିଲେ। ନିଜ ବାହାଘରରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲୋ। ସେମାନଙ୍କ ବାହାଘରରେ ମୋଟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା।

ବିରୁଷ୍କାଙ୍କ ବାହାଘରରେ ୫୦ ଜଣ ଖାସ୍‌ ଲୋକଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ଗୋଟିଏ ସପ୍ତାହ ଲାଗି ସେମାନଙ୍କ ରହିବା, ଖାଇବା ଖର୍ଚ୍ଚର ବ୍ୟବସ୍ଥା ହୋଇଥିଲା। ଏ ବାବଦରେ ବିରୁଷ୍କାଙ୍କ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କାରଣ ଜଣେ ଅତିଥିଙ୍କ ପିଛା ୧କୋଟି ବଜେଟ ରଖାଯାଇଥିଲା।

ସେହିପରି ଭାରତୀୟ ପରମ୍ପରାରେ ବାହାଘର ଲାଗି ବିରୁଷ୍କା ତାଙ୍କ ବାହାଘରରେ ସାହାନାଇ, ଢୋଲ ବଜାଇବା ସହିତ ଭାଙ୍ଗଡ଼ା ଡ୍ୟାନ୍ସର ବ୍ୟବସ୍ଥା କରିଥିଲୋ ବାହାଘର ପୂର୍ବରୁ ବିରାଟ ଅନୁଷ୍କାଙ୍କ ନିର୍ବନ୍ଧରେ ବି ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ଉଭୟଙ୍କ କଷ୍ଟ୍ୟୁମ୍‌ ପ୍ରାୟ ୪୫ ଜଣ ମିଶି ପ୍ରସ୍ତୁତ କରିଥିଲୋ

ବିରୁଷ୍କା ଯେଉଁ ସ୍ଥାନରେ ବିବାହ କରିଥିଲେ ସେ ସ୍ଥାନକୁ ଏକ ବଗିଚା ଭଳି ସଜା ଯାଇଥିଲା। ମଣ୍ଡପ ସଜାଇବାକୁ ପାଇଁ ହଲାଣ୍ଡରୁ ଫୁଲ ମଗା ଯାଇଥିଲା। ସବୁଠୁ ଖାସ୍‌ କଥା ଯେଉଁ ରିସୋର୍ଟରେ ଅନୁଷ୍କା-ବିରାଟଙ୍କର ବାହାଘର ହୋଇଥିଲା ତାହା ପ୍ରାୟତଃ ଡିସେମ୍ବରରରେ ବନ୍ଦ ରହିଥାଏ। ହେଲେ କେବଳ ଅନୁଷ୍କା-ବିରାଟଙ୍କ ବାହାଘର ପାଇଁ ଏହି ରିସୋର୍ଟ ଖୋଲା ଯାଇଥିଲା।

ବାହାଘର ପୂର୍ବଦିନ ବିରାଟ ଅନୁଷ୍କାଙ୍କୁ ଗୋଟିଏ ମୁଦି ଉପହାର ଦେଇଥିଲୋ ଏହି ମୁଦିର ଦାମ୍‌  ଥିଲା ୧ କୋଟି ଟଙ୍କା। ଅଷ୍ଟ୍ରିୟାର ଜଣେ କାରିଗର ଏହି ମୁଦି ତିଆରି କରିଥିଲୋ

Comment