ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ତେବେ ଏଥରର ଚର୍ଚ୍ଚାର କାରଣ ହେଉଛି ଆଫଗାନିସ୍ତାନ କ୍ରିକେଟର ରସିଦ ଖାନଙ୍କ ସ୍ତ୍ରୀଙ୍କ ନାଁ ଗୁଗଲ ସର୍ଚ୍ଚ କଲେ ଅନୁଷ୍କାଙ୍କ ନାଁ ଆସୁଛି। ଯାହାକୁ ନେଇ ଏବେ ସବୁଠି ଆଲୋଚନା ଚାଲିଛି।

ଗୁଗଲରେ ରସିଦ ଖାନଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ କୁହାଯାଇଛି। ସେମାନଙ୍କର ବିବାହ ତାରିଖ ୧୧ ଡିସେମ୍ବର ୨୦୧୭ ଦେଖାଉଛି। ତେବେ ସମସ୍ତେ ଜାଣନ୍ତି ଅନୁଷ୍କା ଶର୍ମା ହେଉଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ। ତେବେ ଗୁଗୁଲ ତାଙ୍କୁ କାହିଁକି ରସିଦ ଖାନଙ୍କ ପତ୍ନୀ କହୁଛି ? ଏ ପ୍ରଶ୍ନ ତ ମନରେ ନିଶ୍ଚୟ ଆସୁଥିବ।ତେବେ ୨୦୧୮ରେ ଥରେ ରସିଦ ଖାନଙ୍କୁ ପଚରାଯାଇଥିଲା ଯେ ବଲିଉଡରେ ତାଙ୍କୁ କେଉଁ ଅଭିନେତ୍ରୀ ଭଲ ଲାଗନ୍ତି? ସେ ଏହା ଉତ୍ତରରେ କହିଥିଲେ ଅନୁଷ୍କା ଶର୍ମା ଓ ପ୍ରୀତି ଜିଣ୍ଟା।  ସେହି ସମୟରେ ରସିଦ ଖାନ ଲାଇମଲାଇଟକୁ ଆସିଥିଲେ। ଅନୁଷ୍କା ଶର୍ମା ସେତେବେଳେ ଭାଇରାଲ ହୋଇଥିଲେ। ଇଣ୍ଟରନେଟରେ ଏମାନଙ୍କ ନାଁ ଅନେକ ଥର ସର୍ଚ୍ଚ ହୋଇଥିବାରୁ ଏବେ ଏମିତି ଆସୁଥିବା କୁହାଯାଉଛି। କିମ୍ବା ଗୁଗୁଲର ବୈଷୟିକ ତ୍ରୁଟି ହେତୁ ଏହା ଘଟିଥାଇପାରେ। କାରଣ ଗୁଗଲ ସର୍ଚ୍ଚ ଇଞ୍ଜିନକୁ ଏପରି ପ୍ରସ୍ତୁତ କରାଯାଇଛି ଯେ ଯେତେବେଳେ କୌଣସି ଶବ୍ଦକୁ ବାରମ୍ବାର ସନ୍ଧାନ କରାଯାଏ ତେବେ ସର୍ଚ୍ଚ ଇଞ୍ଜିନ୍ ସେହି କିୱାର୍ଡକୁ ଲୋକପ୍ରିୟ ଶ୍ରେଣୀରେ ସାମିଲ କରିଦିଏ।

ତେବେ ଏଭଳି ଘଟଣା ପ୍ରଥମେ ନୁହେଁ। ଏହାପୂର୍ବରୁ ଗୁଗଲରେ ଭିକାରୀ ସର୍ଚ୍ଚ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନାଁ ଆସୁଥିବା ଦେଖିବାକୁ ମିଳିଥିଲା। ସେହିପରି ଇଡିଅଟ ସର୍ଚ୍ଚ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ଆସିଥାଏ।

Comment