ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୨୦ରେ କରୋନା ମହମାରୀ ଯୋଗୁଁ ମାସ ମାସ ଧରି ଫିଲ୍ମ ସୁଟିଂ ବନ୍ଦ ଥିଲା। ସିନେମା ହଲ୍‌ ବନ୍ଦ ରହିବାରୁ କିଛି ଫିଲ୍ମର ରିଲିଜ ତାରିଖ ସ୍ଥଗିତ ରହିଥିଲା ବେଳେ ଆଉ କିଛିଟା ଓଟିଟି ପ୍ଲାଟଫର୍ମ ରିଲିଜ ହେଲା। ସବୁଠୁ ଖାସ କଥା ଏହି ପୂରା ବର୍ଷରେ କିଛି କଳାକାରଙ୍କୁ କୌଣସି ବି ଫିଲ୍ମରେ ଦେଖିପାରିଲେନି ଦର୍ଶକ।

ଅମୀର ଖାନ

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ ଚଳିତ ବର୍ଷ କୌଣସି ଫିଲ୍ମରେ ନଜର ଆସିନାହାନ୍ତି। ତାଙ୍କ ଫିଲ୍ମ ଲାଲ ସିଂ ଚଢ଼ା ଏହି ବର୍ଷ ରିଲିଜ ହେବାର ଥିଲା।  କରୋନା ଭୂତାଣୁ, ଲକଡାଉନ୍ ହେତୁ ଏହି ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଥିଲା। ତେଣୁ ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ରହିଲା। ଆଗକୁ ଠେଲି ହୋଇଗଲା  ଫିଲ୍ମଟି ୨୦୨୧ ଖ୍ରୀଷ୍ଟମାସ ରିଲିଜ ହେବ ବୋଲି ଜଣାପଡ଼ିଛି।

ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମାଙ୍କୁ ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା। ​​ତା’ପରଠାରୁ ଅନୁଷ୍କା କୌଣସି ଫିଲ୍ମରେ ସାଇନ କରିନାହାଁନ୍ତି। ସେ କିନ୍ତୁ ପ୍ରଡକ୍ସନ୍ ହାଉସ୍ ଅଧୀନରେ ଅନେକ ଭଲ ପ୍ରୋଜେକ୍ଟ କରୁଛନ୍ତି। ୨୦୨୦ର ସବୁଠୁ ହିଟ୍‌ ୱେବ୍ ସିରିଜ୍ ‘ପାତାଲ ଲୋକ’କୁ ପ୍ରଡ୍ୟୁସ କରିଥିଲେ ଅନୁଷ୍କା। ଏହା ବ୍ୟତୀତ ସେ ନେଟଫ୍ଲିକ୍ସ ଫିଲ୍ମ ‘ବୁଲବୁଲ’ ମଧ୍ୟ ପ୍ରସ୍ତୁତ କରିଥିଲେ। ଆଜିକାଲି ଅନୁଷ୍କା ଶର୍ମା ତାଙ୍କ ଗର୍ଭଧାରଣ ଏବଂ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଉଛନ୍ତି। ନିକଟରେ ସେ କହିଛନ୍ତି ଯେ ତାଙ୍କର ପ୍ରଥମ ସନ୍ତାନର ଜନ୍ମ ପରେ ସେ କାମକୁ ଫେରିବେ।

କ୍ୟାଟ୍ରିନା କୈଫ୍‌

କ୍ୟାଟ୍ରିନା ମଧ୍ୟ ଚଳିତ ବର୍ଷ ଅକ୍ଷୟ କୁମାରଙ୍କ ସହ ‘ସୁର୍ଯ୍ୟବଂଶୀ’ ଫିଲ୍ମରେ ନଜର ଆସିଥାନ୍ତେ। କିନ୍ତୁ କରୋନା ପାଇଁ ଫିଲ୍ମଟି ରିଲିଜ ହୋଇପାରିନାହିଁ।  ଏହା ବ୍ୟତୀତ କ୍ୟାଟ୍ରିନାଙ୍କ ଅନ୍ୟ କୌଣସି ଫିଲ୍ମ ବି ୨୦୨୦ରେ ରିଲିଜ ହୋଇନାହିଁ।

ସଲମାନ ଖାନ୍‌

୨୦୨୦ରେ ବଲିଉଡର ଭାଇଜାନ ସଲମାନଙ୍କର କୌଣସି ଗୋଟିଏ ଫିଲ୍ମ ବି ରିଲିଜ ହୋଇନାହିଁ। ଏ ବର୍ଷ ସଲମାନଙ୍କ ଫିଲ୍ମ ‘ରାଧେ : ଦ ମୋଷ୍ଟ ଓ୍ୱାଣ୍ଟେଡ୍‌ ଭାଇ’ ରିଲିଜ ହେବାର ଥିଲା। କିନ୍ତୁ କାରାନା ପାଇଁ ଫିଲ୍ମଟି ରିଲିଜ ହୋଇପାରିଲା ନାହିଁ। ଏହି ଫିଲ୍ମର ସୁଟିଂ ଶେଷ ହୋଇଛି, ଏବେପୋଷ୍ଟ ପ୍ରଡକ୍ସନ୍ ପ୍ରକ୍ରିୟା ଜାରି ରହିଛି।

ଶାହରୁଖ ଖାନ

୨୦୧୮ରେ ଫିଲ୍ମ ‘ଜିରୋ’ ଫ୍ଲପ୍‌ ହେବା ପରଠାରୁ ବଲିଉଡର ବାଦଶାହ ଶାହରୁଖ ଖାନ ବି କୌଣସି ଫିଲ୍ମରେ ନଜର ଆସିନାହାନ୍ତି। ତେବେ ଦୀର୍ଘ ୨ ବର୍ଷ ପରେ ଶାହରୁଖଙ୍କୁ ୟଶ ରାଜ ଫିଲ୍ମସ ବ୍ୟାନରରେ ନିର୍ମାଣ ହେଉଥିବା ଫିଲ୍ମ ‘ପଠାନ’ରେ ଖୁବଶୀଘ୍ର ଦେଖିବାକୁ ମିଳିବ।

ସେହିପରି ଏବର୍ଷ ରଣବୀର ସିଂହଙ୍କ ମଧ୍ୟ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ। ରଣବୀରଙ୍କର ଫିଲ୍ମ ‘୮୩’ ଏବର୍ଷ ରିଲିଜ ହେବାର ଥିଲା। କିନ୍ତୁ କରୋନା ପାଇଁ ହୋଇପାରିନାହିଁ।

Comment