ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲର ଆଗାମୀ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନ୍ ହେବେନି ଧୋନୀ। ସେ ଅଧିନାୟକ ପଦ ଫାପ୍ ଡୁ ପ୍ଲେସିସଙ୍କୁ ଦେଇ ନିଜେ କେବଳ ଜଣେ ଖେଳାଳି ଭାବେ ଦଳରେ ରହିପାରନ୍ତି। ସିଏସକେ ଓ ଏମ୍ଏସ୍ ଧୋନୀଙ୍କୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର।

ସେ କହିଛନ୍ତି ଯେ, ଆସନ୍ତାବର୍ଷ ଧୋନୀ ସିଏସକେର ଅଧିନାୟକ ପଦ ଛାଡ଼ିପାରନ୍ତି। ତାଙ୍କ ବଦଳରେ ଦକ୍ଷିଣ ଆଫ୍ରିକାର ଖେଳାଳି ଫାଫ୍ ଡୁ ପ୍ଲେସିସ୍ ଦଳର ନେତୃତ୍ୱ ନେବେ। ସିଏସକେ ପାଇଁ ଏହା ହିଁ ସବୁଠୁ ଭଲ ବିକଳ୍ପ ହୋଇପାରିବ ବୋଲି ସେ କହିଛନ୍ତି।ଏହାପୂର୍ବରୁ ଧୋନୀ ଆଇପିଏଲରୁ ଅବସର ନେବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଧୋନୀ ନିଜେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇବା ସହିତ ଆସନ୍ତାବର୍ଷ ମଧ୍ୟ ସେ ହଳଦିଆ ଜର୍ସିରେ କ୍ରିକେଟ୍ ଖେଳିବେ ବୋଲି କହିଥିଲେ। ତେବେ ସେ ସିଏସକେ ଅଧିନାୟକ ପଦ ଛାଡ଼ିପାରନ୍ତି ବୋଲି କହିଛନ୍ତି ସଞ୍ଜୟ ବାଙ୍ଗର।

ଚଳିତବର୍ଷ କରୋନା କଟକଣା ପାଇଁ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଇଥିଲା। ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ବେଶ ଖରାପ ରହିଥିଲା। ତାଙ୍କ ଦଳ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ପ୍ଲେ ଅଫ୍ ଯିବାକୁ ବଞ୍ଚିତ ହୋଇଥିଲା। ଏହାପରେ ଧୋନୀଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଥିଲା। ଏବେ ସଞ୍ଜୟ ବାଙ୍ଗର ଏହି ମନ୍ତବ୍ୟକୁ ନେଇ କ୍ରିକେଟ ଜଗତରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Comment