ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ଲୋକସଭା ନିର୍ବାଚନ ଲାଗି ଔପଚାରିକ ଭାବେ ତାରିଖ ଘୋଷଣା ହୋଇସାରିଛି। ଦେଶରେ ୫୪୩ ଲୋକସଭା ସିଟ୍‌ ଲାଗ୍ ୭ଟି ପର୍ଯ୍ୟାୟରେ ମତଦାନ ହେବ। ସେହିପରି ରାଜ୍ୟରେ ୪ଟି ପର୍ଯ୍ୟାୟରେ ୧୪୭ ବିଧାନସଭା ସିଟ୍‌ ଲାଗି ମତଦାନ ହେବ।

ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳ ଏବେ ସବୁଠି ଲୋକଙ୍କ ନଜରରେ ଦେଶର ଶାସନରେ ଥିବା ହେବିୱେଟ ଓ ବିରୋଧୀଙ୍କ ମଧ୍ୟରେ ବରିଷ୍ଠ ନେତାଙ୍କ ସମେତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆସନ୍‌ ଉପରେ।

ତେବେ ଆମର ଏହି ରିପୋର୍ଟ ଜାଣିବା ଦେଶରେ କିଛି ଲୋକସଭା ସିଟ୍‌ଠୁ ଆରମ୍ଭ କରି ରାଜ୍ୟରେ ଥିବା ସେମିତି କିଛି ସିଟ୍‌ ଉପରେ ଯେଉଁ ସିଟ୍‌ ଉପରେ ଲୋକଙ୍କ ନଜର ଅଟିକିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ କେଉଁଠୁ ନିର୍ବାଚନ ଲଢ଼ିବେ ତାହା ଔପଚାରିକ ଭାବେ ଘୋଷଣା ହୋଇନଥିଲେ ବି ଚର୍ଚ୍ଚା ହେଉଛି, ଉତ୍ତରପ୍ରଦେଶର ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିର୍ବାଚନ ଲଢ଼ିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ସପ୍ତମ ପର୍ଯ୍ୟାୟରେ ୧୯ ମେରେ ନିର୍ବାଚନ ହେବ।

ରାହୁଲ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚତୁର୍ଥ ଥର ଲାଗି ଅମେଠୀରୁ ଲୋକସଭା ସିଟ୍‌ ଲାଗି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିସାରିଛନ୍ତି। ଏଠାରେ ପଞ୍ଚମ ପର୍ଯ୍ୟାୟରେ ମେ ୬ରେ ନିର୍ବାଚନ ହେବ।

ସୋନିଆ ଗାନ୍ଧି

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଚେୟାରମ୍ୟାନ୍‌ ସୋନିଆ ଗାନ୍ଧି ଉତ୍ତରପ୍ରଦେଶର ରାୟବରେଲିରୁ ନିର୍ବାଚନ ଲଢିବେ। ଅମେଠି ସହ ଏଠାରେ ମଧ୍ୟ ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ହେବ। ଅର୍ଥାତ ରାହୁଲ ଓ ସୋନିଆଙ୍କ ସଂସଦୀୟ କ୍ଷେତ୍ରରେ ଗୋଟିଏ ଦିନରେ ନିର୍ବାଚନ ହେବ।

ସ୍ମୁତି ଇରାନୀ

ବିଜେପି  ଲୋକସଭା ସିଟ୍‌ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିନଥିଲେ ସୁଦ୍ଧା ଚର୍ଚ୍ଚା ହେଉଛି କି ଉତ୍ତରପ୍ରଦେଶର ଅମେଠିରୁ ସ୍ମୁତି ଇରାନୀ ନିର୍ବାଚନ ଲଢିବେ। ଯଦି ଏମିତି ହୁଏ ତେବେ ରାହୁଲ ଓ ସ୍ମୁତିଙ୍କ ମଧ୍ୟରେ ଟକ୍କର ହେବ।

ନବୀନ ପଟ୍ଟନାୟକ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁରୁ ପଞ୍ଚମଥର ଲାଗି ନିର୍ବାଚନ ଲଢିବାକୁ ଯାଉଛନ୍ତି। ଗତ ୪ଥର ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ବାଚନ ମଣ୍ଡଳୀରୁ ଲଢି ଜିତିଆସୁଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ବିଜେପି ଓ କଂଗ୍ରେସର କେଉଁମାନେ ପ୍ରାର୍ଥୀ ହେବେ ସେ ନେଇ ନାଁ ଘୋଷଣା କରାଯାଇନାହିଁ। ଏଠାରେ ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୮ରେ ନିର୍ବାଚନ ହେବ।

Comment