ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶନିବାର କଂଗ୍ରେସ ତା’ର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଶନିବାର ରାତିରେ ଏହି ତାଲିକା ଘୋଷଣା ହେବା ପରେ ଚଳଚଞ୍ଚଳ ହୋଇ ପଡ଼ିଛି ଜାତୀୟ ରାଜନୀତି। ଏହି ତାଲିକାରେ କଂଗ୍ରେସର ମୋଟ ୨୭ ଜଣ ପ୍ରାର୍ଥୀଙ୍କ ନାଁ ରହିଛି।

ଏହି ତାଲିକାରେ କେରଳ ରାଜ୍ୟରୁ ୧୨ ଜଣଙ୍କ ନାଁ ରହିଛି। ସେହିପରି ଉତ୍ତର ପ୍ରଦେଶର ୭ ଜଣ ପ୍ରାର୍ଥୀଙ୍କ ନାଁ ଥିବା ବେଳେ ଛତିଶଗଡ଼ର ୫ ଜଣ, ଅରୁଣାଚଳ ପ୍ରଦେଶର ୨ ଜଣ ଏବଂ ଆଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜର ଜଣେ ପ୍ରାର୍ଥୀଙ୍କ ନାମ ରହିଛି। ଚଳିତ ନିର୍ବାଚନରେ ସାଂସଦ ଶଶି ଥରୁରଙ୍କ ନାଁ ରହିଛି। ସେ କେରଳର ତିରୁବନନ୍ତପୁରମ୍ ଆସନରୁ ନିର୍ବାଚନ ଲଢ଼ିବେ।

କେରଳରେ ମୋଟ ୨୦ଟି ଲୋକସଭା ଆସନ ଥିବା ବେଳେ ଚଳିତ ନିର୍ବାଚନରେ କଂଗ୍ରେସ ୧୬ଟି ଆସନରେ  ନିର୍ବାଚନ ଲଢ଼ିବ। ଶନିବାର ସେଥି ମଧ୍ୟରୁ ୧୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ବାକି ଆଉ ୪ଟି ଆସନ ପାଇଁ ଦଳ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିପାରେ।

Comment