ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ସୋପିଆ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏନ୍‌କାଉଣ୍ଟର୍‌। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘମାଘୋଟ ଗୁଳିବିନିମୟ। ଇମାମ ସାହାବ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଁ ସୁରକ୍ଷାକର୍ମୀ ଶୁକ୍ରବାର ସକାଳୁ ଏମାନଙ୍କୁ ଘେରାବନ୍ଦି କରିଛି।

ବର୍ତ୍ତମାନ ସୁରକ୍ଷାକର୍ମୀମାନେ ଚାରିପଟୁ ଆତଙ୍କବାଦୀଙ୍କୁ ଘେରି ରଖିଛନ୍ତି। ଉଭୟଙ୍କ ପଟୁ ଗୁଳିବିନିମୟ ଜାରି ରହିଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨ରୁ ୩ଜଣ ଆତଙ୍କବାଦୀ ଏକ ଆବାସିକ ଘରେ ଲୁଚି ରହିଛନ୍ତି। ବିଶେଷ ସୁତ୍ରରୁ ଖବର ପାଇ ୩୪ ରାଷ୍ଟ୍ରୀୟ ରାଇଫଲ୍‌, ସିଆର୍‌ପିଏଫ୍‌ ଓ ଏସ୍‌ଓଜି ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ୍‌ରେ ଏହି ଆତଙ୍କବାଦୀଙ୍କୁ ଠାବ କରାଯାଇଛି।

LEAVE A REPLY

Please enter your comment!
Please enter your name here