ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଲଞ୍ଚ ହେଲା ଚାଇନା ସ୍ମାର୍ଟଫୋନ୍‌ କମ୍ପାନି ଭିଭୋ’ର ୩୨ ମେଗା ପିକ୍ସେଲ ପପ୍‌-ଅପ୍‌ ସେଲ୍ଫି କ୍ୟାମେରାଯୁକ୍ତ ଭିଭୋ ଭି’ ୧୫। ମାର୍ଚ୍ଚ ମାସର ଆରମ୍ଭରୁ ଦକ୍ଷୀଣ ପୂର୍ବ ଏସିଆ ଦେଶଗୁଡ଼ିକରେ ଏହି ଫୋନ୍‌କୁ ଲଞ୍ଚ କରାଯାଇଥିଲା। ଆସନ୍ତା ସପ୍ତାହରୁ ଭାରତରେ ଏହି ଫୋନ୍‌ର ପ୍ରି-ଅର୍ଡର ହୋଇପାରିବ।

ଭାରତୀୟ ବଜାରରେ ଭିଭୋ ଭି ୧୫ର ମୂଲ୍ୟ ୨୩,୯୯୦ ଟଙ୍କା ରଖାଯାଇଛି। ତିନୋଟ ରଙ୍ଗରେ ଏହି ଫୋନ୍‌କୁ ଗ୍ରାହକ କିଣିପରିବେ। ଫ୍ରୋଜେନ୍‌ ବ୍ଲାକ୍‌, ଗ୍ଲାମର ରେଡ ଓ ରୟାଲ ବ୍ଲୁ। ଭିଭୋ କମ୍ପାନି ବର୍ତ୍ତମାନ ଏହି ଫୋନ୍‌ର ଗୋଟିଏ ଭେରିଏଣ୍ଟ ବଜାରକୁ ଛାଡ଼ିଛି। ୬ଜିବି ରାମ୍‌ ଓ ୬୪ ଜିବି ରୋମ୍‌ର ଭିଭୋ ଭି ୧୫ ସ୍ମାର୍ଟଫୋନ୍‌ ବଜାରକୁ ଆସିଛି।

ଭାରତରେ ମାର୍ଚ୍ଚ ୨୫ ସୋମବାରଠାରୁ ଭିଭୋ ଭି ୧୫ ସ୍ମାର୍ଟଫୋନ୍‌ର ପ୍ରି- ଅର୍ଡର ଆରମ୍ଭ କରାଯିବ ବୋଲି  କମ୍ପାନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପରେ ଏପ୍ରିଲ ୧ରୁ ଏହି ସ୍ମାର୍ଟଫୋନ୍‌ର ବିକ୍ରି ଆରମ୍ଭ ହେବ। ଭିଭୋ ଇଣ୍ଡିଆ, ଇ-ଷ୍ଟୋର, ଆମାଜନ୍‌ ଇଣ୍ଡିଆ, ଫିଲ୍ପକାର୍ଟ, ପେଟିଏମ୍‌ ମଲ୍‌, ଟାଟା କ୍ଲିକ୍‌ରେ ଏହି ଫୋନ୍‌ର ଅନ୍‌ଲାଇନ୍‌ ବିକ୍ରି କରାଯିବ।

Comment