ଓଡ଼ିଶାଲାଇଭ୍ ବ୍ୟୁରୋ

ଜାପାନର ଏକ ଚାରିଶହ ବର୍ଷ ପୁରୁଣା ବୌଦ୍ଧ ମନ୍ଦିରରେ ଯୁବଗୋଷ୍ଠୀଙ୍କୁ ଆକର୍ଷିତ କରିବାପାଇଁ ଏକ ରୋବର୍ଟର ସହାୟତା ନିଆଯାଉଛି। ୭ଲକ୍ଷ ୫କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ରୋବର୍ଟ “କେନନ”କୁ ତିଆରି କରାଯାଇଛି। ଏହି ରୋବର୍ଟର କାମ ହେଉଛି ମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ବୌଦ୍ଧ ଧର୍ମ ବିଷୟରେ ଅବଗତ କରାଇବା ଓ ଉପଦେଶ ଦେବା। କିଓଟୋର କୋଡାଇଜି ମନ୍ଦିରରେ ଏହି ରୋବର୍ଟକୁ ରଖାଯାଇଛି। ୧୬୧୯ରେ ଏହି ମନ୍ଦିରର ନିର୍ମାଣ କରାଯାଇଥିଲା।

କେନନର ଉଚ୍ଚତା ୧.୯୫ମିଟର ଲମ୍ବା, ଓଜନ ୫୯କିଲୋ। ଏହି ରୋବର୍ଟର କାନ୍ଧ, ହାତ ସିଲିକନରେ ତିଆରି କରାଯାଇଛି। ତାର ବାମ ଆଖିରେ ଏକ ଭିଡିଓ କ୍ୟାମେରା ଲାଗିଛି ଯାହାର ସହାୟତାରେ ସେ ଲୋକମାନଙ୍କ ଆଖିରେ ଆଖି ମିସାଇପାରୁଛି। ଏହି ରିବର୍ଟ ଜାପାନୀ ଭାଷାରେ ପ୍ରବଚନ ଓ ଉପଦେଶ ଦେଇଥାଏ କିନ୍ତୁ ଏହି ଭାଷାକୁ ଚିନି ଏବଂ ଇଂରାଜୀ ଭାଷାରେ ଟ୍ରାନ୍ସଲେଟ କରାଯାଇପାରିବ।
ଏହି ରୋବର୍ଟର କାମ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରିବା। ମନ୍ଦିରର ପୂଜକ ଆଶା ରଖିଛନ୍ତି ଏହି ରୋବର୍ଟ ଦ୍ଵାରା ଲୋକମାନେ ବୌଦ୍ଧ ଧର୍ମ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଜାଣିପାରିବେ ସିଧାସଳଖ ନିଜର ପ୍ରଶ୍ନ କେନନକୁ ପଚାରିପାରିବେ।

















