ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପିଏମ୍‌ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ଟ୍ରେଲର ନିକଟରେ ରିଲିଜ ହୋଇଛି। ଟ୍ରେଲର ରିଲିଜ ହେବାପରେ ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରିଥିଲେ। ଏବେ ଏହି ଫିଲ୍ମର ପ୍ରଥମ ଗୀତକୁ ମଧ୍ୟ ରିଲିଜ କରାଯାଇଛି।

ଏହି ଗୀତର ଟାଇଟଲ ରହିଛି “ସୌଗନ୍ଧ ମୁଝେ ଇସ୍‌ ମିଟିକୀ”। ଦେଶଭକ୍ତି ଉପରେ ଆଧାରିତ ଏହି ଗୀତକୁ ବେଶ୍‌ ପସନ୍ଦ କରିଛନ୍ତି ଲୋକେ। ସୋସିଆଲ ମିଡିଆରେ ଗୀତକୁ ଭଲ ପ୍ରତିକ୍ରିୟା ମିଳିଛି।

ଏହି ଗୀତକୁ ଖ୍ୟାତନାମା ସିଙ୍ଗର ସୁଖବିନ୍ଦର ସିଂହ ଓ ରାଶି ସୁମନ ଗାଇଛନ୍ତି। ୟୁଟ୍ୟୁବ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷ ୨୨ ହଜାର ଲୋକ ଦେଖିଛନ୍ତି। ଫିଲ୍ମଟି ୫ ଏପ୍ରିଲରେ ରିଲିଜ ହେବାକୁ ଯାଉଛି।

ଫିଲ୍ମରେ ବିବେକ ଓବ୍‌ରୟ ପିଏମ୍‌ ମୋଦିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ପୂର୍ବରୁ ଫିଲ୍ମକୁ ଏପ୍ରିଲ ୧୨ରେ ରିଲିଜ କରିବାକୁ ସ୍ଥିର ହୋଇଥିଲା। ଏଥିରେ ଏବେ ପରିବର୍ତ୍ତନ କରାଯାଇଛି। ଫଇଲ୍ମରେ ଅମିତ ଶାହଙ୍କ ଭୂମିକାରେ ଅଭିନୟ କରିଛନ୍ତି ମନୋଜ ଜୋଶୀ।

Comment