ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ବ୍ଲକ ସଭାପତି ତଥା ଜିଲ୍ଲାପରିଷଦ ସଭ୍ୟ ବେଦବ୍ୟାସ ଭାତରା ଉପଜିଲ୍ଲାପାଳ ତଥା ଅତିରିକ୍ତ ରିଟର୍ଣ୍ଣିଂ ଅଧିକାରୀ କରୁଣାକର ରାଇକାଙ୍କ ନିକଟରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ବେଦବ୍ୟାସ ପୂର୍ବରୁ ବିଜେଡିରୁ ପ୍ରାର୍ଥୀ ପାଇଁ ଅଶାୟୀ ଥିଲେ। ହେଲେ ସଦାଶିବ ପ୍ରଧାନୀଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ସେ ଆସନ୍ତୁଷ୍ଟ ଥିଲେ।ସେ ନିଜ ସମର୍ଥକଙ୍କ ସହ ବୈଠକ କରିବା ପରେ ସ୍ୱାଧୀନ ଭାବେ ଲଢ଼ିବାକୁ ମନ ବଳାଇଛନ୍ତି।

ସେହିପରି ଉମରକୋଟ ବିଧାନସଭା ମଣ୍ଡଳୀର ଭାଜପା ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ସମର୍ଥକଙ୍କ ସହ ଆସି ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ରିଟର୍ଣ୍ଣିଂ ଅଧିକାରୀ ନିମାଇଁ ଚରଣ ସୁତାରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

Comment