ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରତ୍ୟୁଷା ରାଜେଶ୍ୱରୀ, ସୁବାସ ଚୌହାନ ଓ ପିତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟ ବିଜେପିର ଉପସଭାପତି ଭାବେ ନିଯୁକ୍ତି ମିଳିଛି।
ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ବିଜେପିରେ ନିଯୁକ୍ତି ହୋଇଛନ୍ତି ତିନି ନୂଆ ଉପସଭାପତି। ସଦ୍ୟ ବିଜେପିରେ ମିଶିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ, ବରିଷ୍ଠ ବିଜେପି ନେତା ସୁବାସ ଚୌହାନ ଓ ପ୍ରଦେଶ ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟ ବିଜେପିର ଉପସଭାପତି ଭାବେ ନିଯୁକ୍ତି ମିଳିଛି।

ଓଡ଼ିଶା ବିଜେପିର ରାଜ୍ୟ ଅଧ୍ୟକ୍ଷ ବସନ୍ତ ପଣ୍ଡା ଏହି ତିନି ନୂଆ ଉପସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି।
ଏନେଇ ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ତଥା ଓଡ଼ିଶା ବିଜେପି ସେଲ୍ର ମୁଖ୍ୟ ଗୋଲକ ମହାପାତ୍ର ପ୍ରେସ୍ ମିଟ୍ କରି ସୂଚନା ଦେଇଛନ୍ତି। ନୁତନ ଉପାଧ୍ୟକ୍ଷଙ୍କ ନିଯୁକ୍ତିରେ ରାଜ୍ୟ ବିଜେପି ସଂଗଠନ ଆହୁରି ମଜଚୁତ ହେବ ବୋଲି ଗୋଲକ ମହାପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେପି ଚେଷ୍ଟା କରୁଥିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର୍ ଧରିଛି।


















