ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନର ରାଜଧାନୀ ବେଜିଂର ଏକ ସ୍ଥାନରେ ଚୌକିଦାର ଭାବେ ରୋବଟକୁ ନିଯୁକ୍ତ କରାଯାଇଛି। ଏହି ରୋବଟଟି ମଣିଷର ମୁହଁକୁ ଦେଖି ଚିହ୍ନି ପାରିବାର କ୍ଷମତା ରଖିଛି। ରୋବଟ ନିଯୁକ୍ତ ହେବା ପରେ ସେହି ଅଞ୍ଚଳରେ କୌଣସି ବ୍ୟକ୍ତି କିମ୍ବା ଚୌକିଦାରର ଆବଶ୍ୟକତା ପଡ଼ିନି। ଏହି ରୋବଟ୍‌ର ନାଁ ମେଇବାଓ।

ବେଜିଂ ଏରୋସ୍ପେସ୍ ଅଟୋମେଟିକ୍ କଣ୍ଟ୍ରୋଲ ଇନଷ୍ଟିଚ୍ୟୁଟର ବରିଷ୍ଠ ଅଧିକାରୀ ଲ୍ୟୁ ଗାଙ୍ଗଜୁନଙ୍କ କହିବା ମୂତାବିକ, ରୋବଟ ମେଇବାଓ କେବଳ ଯେ, ଅନୈତିକ କାର୍ଯ୍ୟକଳାପ ଉପରେ ନଜର ରଖିବ ତାହାନୁହେଁ ବରଂ ବେଜିଂର ମେଇୟୁଆନ୍ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ।

ଏହି ରୋବଟକୁ ୨୦୧୮ ଡିସେମ୍ବରରୁ ପରୀକ୍ଷଣ କରାଯାଉଛି। ଆସନ୍ତା ଏପ୍ରିଲରେ ପରୀକ୍ଷଣ ଶେଷ ହେବ। ଲ୍ୟୁଙ୍କ କହିବା ଅନୁସାରେ ବିଏଏସିଆଇ ଚାଇନା ଏକାଡେମୀ ଅଫ୍ ଲଞ୍ଚ ଭେଇକଲ ଟେକ୍ନୋଲୋଜି ସାହାଯ୍ୟରେ ସେ ଏହାକୁ ବିକଶିତ କରିଛନ୍ତି। ଯଦି ସୋସାଇଟିର କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ରୋବଟଟି ଦେଖିବାକୁ ପାଏ ତୁରନ୍ତ ଆଲାର୍ମ ବାଜିବା ଆରମ୍ଭ କରେ।

ଏହା ଛଡ଼ା ଏହି ରୋବଟ୍ ମଧ୍ୟ ପାଣିପାଗର ସୂଚନା ପ୍ରଦାନ କରିପାରେ। ଖାଲି ସେତିକି ନୁହେଁ ମଜାଳିଆ କାହାଣୀ କହିବା ସହିତ ସୁନ୍ଦର ଗୀତ ମଧ୍ୟ ଗାଇପାରେ। ଏହାଦ୍ୱାରା ଛୋଟଛୋଟ ପିଲାମାନେ ମଧ୍ୟ ତା’ ସହିତ କଥାବର୍ତ୍ତା କରିପାରିବେ।

Comment