ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍କୁଲରେ ସକାଳୁ ସକାଳୁ ପିଇଟି ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଗ୍ରାଉଣ୍ଡରେ ଦୌଡାଇବା ସହ ଡ୍ରିଲ କରୁଥିବା ସମସ୍ତେ ଜାଣନ୍ତି। ହେଲେ ଯୁଗ ବଦଳିବା ସହ ପିଇଟି ଶିକ୍ଷକ ମଧ୍ୟ ଆଡଭାନ୍ସ ହୋଇଗଲେଣି। ଏଣିକି ବୋରିଂ ଏକ୍ସରସାଇଜ ବଦଳରେ ଏହି ଶିକ୍ଷକମାନେ କରାଉଛନ୍ତି ଡ୍ୟାନ୍ସ ଡ୍ରିଲ୍।

ଚାନାର ଏକ ସ୍କୁଲରେ ପିଇଟି ଶିକ୍ଷକ ୪ଶହ ପିଲାଙ୍କୁ ଗ୍ରାଉଣ୍ଡରେ ଡ୍ରିଲ୍ କରାଉଛନ୍ତି। ହେଲେ ସେହି ଡ୍ରିଲ୍ ଡ୍ୟାନ୍ସ କ୍ଲାସ୍‌ଠାରୁ କିଛି କମ୍ ଲାଗୁନାହିଁ। ଶିକ୍ଷକ ଡାଡି ୟାଙ୍କିର ଡୁରା ଗୀତର ତାଳେ ତାଳେ ପିଲାଙ୍କୁ ଡ୍ରିଲ୍ କରାଇଥିଲେ। ଡୁରା ସେହି ଗୀତ ଯାହା ଟିକ୍‌ଟକ୍ ଓ ଇନଷ୍ଟାଗ୍ରାମରେ ପୂର୍ବରୁ ଧମାଲ୍ ମଚାଇ ସାରିଛି।

୫୫ ସେକେଣ୍ଡର ଶିକ୍ଷକଙ୍କ ଏହି ଡ୍ୟାନ୍ସିଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରତିଦିନ ସକାଳେ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଅଧିକରୁ ଅଧିକ ମଜାଦାର ଏକ୍ସରସାଇଜ କରୁଛନ୍ତି।  ଏହା ପ୍ରଥମ ଥର ପାଇଁ ନୁହେଁ ପୂର୍ବରୁ ଚୀନର ଏକ ସ୍କୁଲର ପ୍ରିନସିପାଲ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଡ୍ୟାନ୍ସ କରିଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Comment