ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ୭ମ ମ୍ୟାଚ୍‌। ଏହି ମ୍ୟାଚ୍‌ ବେଙ୍ଗାଳୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ରାତି ୮ଟାରେ ଖେଳାଯିବ।

ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇଠାରୁ ବେଙ୍ଗାଳୁରୁ ଟିମ୍‌ ୭ ୱିକେଟ୍‌ରେ ହାରିଥିଲା। ସେହିପରି ତୃତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ମୁମ୍ବାଇ ଇଣ୍ଡିଆନ୍ସ ୩୭ ରନ୍‌ରେ ହାରିଥିଲା। ତେବେ ପ୍ରଥମ ମ୍ୟାଚ୍‌ରେ ହାରିଥିବା ମୁମ୍ବାଇ ଓ ବେଙ୍ଗାଳୁରୁ ଟିମ୍‌ ଆଜି ପରସ୍ପର ବିପକ୍ଷରେ ଲଢ଼ୁଛନ୍ତି।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ବର୍ତ୍ତମାନ ପଏଣ୍ଟ ଟେବୁଲର ୬ ନମ୍ବର ସ୍ଥାନରେ ଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ୮ ନମ୍ବର ସ୍ଥାନରେ ଅଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସ ପଏଣ୍ଟ ଟେବୁଲରେ ୧ ନମ୍ବରରେ ଅଛନ୍ତି। ତେବେ ଆଜି ବରାଟ ବାହିନୀକୁ ଭେଟୁଛି ରୋହିତ ଟିମ୍‌।

Comment