ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଶୁକ୍ରବାର ରିଲିଜ୍‌ ହୋଇଛି ସଲମାନ୍‌ ଖାନ୍‌ ପ୍ରଡକସନ୍‌ ହାଉସରେ ନିର୍ମିତ ଫିଲ୍ମ ‘ନୋଟବୁକ୍‌’। ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରୁ ଦର୍ଶକଙ୍କୁ ଏହା ପସନ୍ଦ ଆସୁଛି। ଫିଲ୍ମ ନିର୍ମାତା ପ୍ରଥମ ଦିନରେ ଯେତେକି ଆଶା କରିଥିଲେ ତାହାଠୁ ଅଧିକ ଆୟ କରିପାରିଛି ଫିଲ୍ମଟି।

ଫିଲ୍ମରେ ଲଭ୍‌, ରିଲେସନ, ବ୍ରେକଅପ୍‌,କମେଡ଼ି ସବୁକିଛି ଦେଖିବାକୁ ମିଳିବ।

ଫିଲ୍ମଟି ବିଶେଷ କରି କଶ୍ମୀର ଉପତ୍ୟକାର ଏକ ଅଞ୍ଚଳର କାହାଣୀକୁ ନେଇ ପର୍ଯ୍ୟବେଶିତ।

ଫିଲ୍ମର କାହାଣୀ କଶ୍ମୀରରୁ ଆରମ୍ଭ ହେଉଛି। ଯେଉଁଠୁ ପ୍ରତିଦିନ କବୀରକୁ ଫୋନ ଆସିଥାଏ। କବୀର ତା ବାପାଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ତାକୁ ସବୁଦିନ ଫୋନ ଆସୁଛି। ଶେଷରେ ସେ ନିଷ୍ପତ୍ତି ନେଉଛି କି କାଶ୍ମୀର ଯିବାକୁ।

କବିର ଘରେ ପହଞ୍ଚିବା ପରେ ଜାଣିବାକୁ ପାଉଛି କି କଶ୍ମୀରର ପିଲାଙ୍କୁ ଶିକ୍ଷିତ କରିବା ଲାଗି ଯେଉଁ ସ୍ୱପ୍ନ ତା ବାପା ଦେଖୁଥିଲେ ସେହି ସ୍କଲରେ ଜଣେ ବି ଶିକ୍ଷକ ନାହାନ୍ତି।

ଉକ୍ତ ସ୍କୁଲଟି କାଶ୍ମୀରର ଏକ ହ୍ରଦ ମଝିରେ ଅଛି। ବୁଲର ପବ୍ଲିକ୍‌ ସ୍କୁଲରେ ବିଜୁଳି, ପାଣି କି ମୋବାଇଲର ସୁବିଧା ନାହିଁ। ସେଠାରେ ଜଣେ ହିଁ ଟିଚର ଥିଲେ। ସେ ହେଉଛନ୍ତି ଫିରଦୋଶ, ଯେ ପିଲାଙ୍କୁ ଶିକ୍ଷିତ କରିବାକୁ ଚେଷ୍ଟା କରୁଥିଲେ।

ସମୟକ୍ରମେ ଫିରଦୋଶର ବିବାହ ଠିକ୍‌ ହେଉଛି ଯାହାପରେ ସେ ଚାକିରି ଛାଡିଦେଉଛନ୍ତି। ଏହାରି ଭିତରେ ସେ ସ୍କୁଲର ସବୁ ଦାୟିତ୍ୱ କବୀରଙ୍କୁ ସମ୍ଭାଳିବାକୁ ପଡ଼ୁଛି।

ପିଲାଙ୍କୁ ପଢାଉଥିବା ସମୟରେ କବିରର ହାତରେ ଏକ ନୋଟବୁକ୍‌ ଲାଗୁଛି। ଯାହାପରେ କବୀରଙ୍କ ପୂରା ଜୀବନ ଯେମିତି ବଦଳିଯାଉଛି।

ବାସ୍ତବରେ ସେହି ନୋଟବୁକ୍‌ଟି ଫିରଦୋସର ଥିଲା। ଯେଉଁଥିରେ ସେ ତାଙ୍କ ଜୀବନ ବାବଦରେ ଅନେକ କିଛି କଥା ଲେଖିଥିଲା। ଏହି ନୋଟବୁକ୍ ପଢ଼ିସାରିବା ପରେ କବୀରକୁ ଫିରୋଦ ସହ ଭଲପାଇବା ହୋଇଯାଉଛି।

ଏହାର କିଛିଦିନ ପରେ ଫିରଦୋସ ବି କବୀରର ପ୍ରେମରେ ପଡ଼ୁଛି। ତେବେ ଫିଲ୍ମର ସବୁଠୁ ଖାସ୍‌ କଥା ଏହା କି ଏମାନେ ପରସ୍ପରକୁ କେବେ ଦେଖିନାହାନ୍ତି କିନ୍ତୁ ଦୁହେଁ ଦୁହିଁଙ୍କୁ ଖୁବ୍‌ ଭଲପାଉଛନ୍ତି।

ତେବେ ଶେଷରେ କବିର ଓ ଫିରୋଦସ୍‌ ଏକ ହୋଇପାରୁଛନ୍ତି କି ସେମାନଙ୍କ ଭିତରେ ବ୍ରେକଅପ୍‌ ହେଉଛି ତାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ।

ନୋଟବୁକ୍‌ର କାହାଣୀ ଦର୍ଶକଙ୍କୁ ପସନ୍ଦ ଆସୁଛି ତେବେ ବକ୍ସଅଫିସରେ ଫିଲ୍ମଟି କେତେ କଲେକସନ୍‌ କରୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇପାରିବ।

Comment