ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଡ଼ା ବିଡ଼ା ଟଙ୍କା ଜବତ କରୁଛି ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ। ମଙ୍ଗଳବାର ବରଗଡ଼ ବିଜେଡି ନେତାଙ୍କ ଗାଡ଼ିରୁ ଜବତ ହୋଇଛି ୧୨ ଲକ୍ଷ ଟଙ୍କା। ପୋଲିସ୍‌ କାର ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏଣେ ପେଟ୍ରୋଲ ପମ୍ପର ଟଙ୍କା ବ୍ୟାଙ୍କରେ ଜମା ହେବାକୁ ଯାଉଥିବା କାର୍‌ ଚାଳକ ବୟାନ ଦେଇଛି।

ଏହି କାର୍‌ଟି ବରଗଡ଼ ବିଜେଡି ନେତା ପ୍ରେମ କିଶୋର ପଟେଲଙ୍କ ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ସ୍ଥାନୀୟ ଅମ୍ୱାଭୋନାରୁ ବରଗଡ଼କୁ ଯାଉଥିଲା ଟଙ୍କା ବୋଝେଇ କାର୍‌ଟି। କଉଲସିହ ଗାଁ ନିକଟରେ ଫ୍ଲାଇଂ ସ୍କ୍ୱାର୍ଡ କାରଟିକୁ ଅଟକାଇ ଯାଞ୍ଚ କରିଶ ସମୟରେ ଗାଡ଼ିରୁ ୧୨ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏଥିସହିତ ଗାଡ଼ିରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଭାଉଚର ଜବତ ହୋଇଛି।

ଅନ୍ୟପଟେ ଏହା ପେଟ୍ରୋଲ ପମ୍ପରୁ ଆୟ ହୋଇଥିବା ଟଙ୍କା ବ୍ୟାଙ୍କରେ ଜମା ହେବାକୁ ଯାଉଥିବା କହିଛନ୍ତି ବିଜେଡି ନେତା ପ୍ରେମ କିଶୋର ପଟେଲ। ପ୍ରେମ କିଶୋର କହିଛନ୍ତି, “ପେଟ୍ରୋଲ ପମ୍ପର ଟଙ୍କା ବ୍ୟାଙ୍କ୍‌ରେ ଜମା ହେବାକୁ ଯାଉଥିଲା। ଏହି ଟଙ୍କା ପେଟ୍ରେଲ ପମ୍ପର ମ୍ୟାନେଜରଙ୍କ ତତ୍ତ୍ୱାବଧାନରେ ଯାଉଥିଲା। ଏନେଇ ପେଟ୍ରୋଲ ପମ୍ପର ରେଜିଷ୍ଟର ଓ ବ୍ୟାଙ୍କ ଟ୍ରାଞ୍ଜେକ୍‌ସନ୍‌ ରିପୋର୍ଟ ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କୁ ଦିଆଯାଇଛି।”

LEAVE A REPLY

Please enter your comment!
Please enter your name here