ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୁରୀ ସ୍ଵର୍ଗଦ୍ଵାରଠାରେ ବିଜେଡିର ବରିଷ୍ଠ ନେତା ତଥା ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ମହେଶ୍ଵର ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅଶ୍ରୁଳ ପରିବେଶ ମଧ୍ୟରେ ସବୁଦିନ ପାଇଁ ତାଙ୍କୁ ବିଦାୟ ଦେଇଛନ୍ତି ଆତ୍ମୀୟ ସ୍ଵଜନ।

ମଙ୍ଗଳବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ଵର ମହାନ୍ତିଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ପାର୍ଥିବ ଶରୀରକୁ  ପ୍ରଥମେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖଭବନକୁ ନିଆଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରୁ ପାର୍ଥିବ ଶରୀରକୁ ବିଧାନସଭାକୁ ଅଣାଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା। ଏଠାରେ ବିଭିନ୍ନ ଦଳର ନେତା ସ୍ଵର୍ଗତଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପରେ ତାଙ୍କୁ ପୁରୀ ବାସଭବନକୁ ଅଣାଯାଇଥିଲା।

ପୁରୀସ୍ଥିତ ବାସଭବନରେ ସ୍ଵର୍ଗତଙ୍କ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଅଶ୍ରୁଳ ପରିବେଶ ମଧ୍ୟରେ ପାର୍ଥିବ ଶରୀରକୁ ସ୍ଵର୍ଗଦ୍ଵାରକୁ ନିଆଯାଇ ସଂସ୍କାର କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ପୁଅ ସୁନିଲ କୁମାର ମହାନ୍ତି ମୁଖାଗ୍ନି ଦେଇଥିଲେ।

Tags: #MaheswarMohanty #Politician #Politics #BJD #Puri #Odisha

LEAVE A REPLY

Please enter your comment!
Please enter your name here