ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରାର୍ଥିପତ୍ର ଦାଖଲ କରେ ଜଟଣୀ ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତ ରାୟ। ଖଣ୍ଡଗିରିରୁ ବିଶାଳ ଶୋଭାଯାତ୍ରାରେ ବାହାରି ହଜାର ହଜାର  ସମର୍ଥକଙ୍କ ସହ ବାଇକ ରାଲିରେ ଆସି ଭୁବନେଶ୍ୱର ଉପଜିଲ୍ଲାପଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରିଟର୍ଣ୍ଣି ଅଫିସର ନିବେଦିତା ବିଶ୍ୱାଳଙ୍କ ପାଖରେ  ପ୍ରାର୍ଥିପତ୍ର ଦାଖଲ କଲେ ବିଭୂତି ବଳବନ୍ତ ରାୟ।

ବିଭୂତି ବଳବନ୍ତ ରାୟ କହିଛନ୍ତି, “ଦଳର ସୁପ୍ରିମୋ ମୋତେ ପୁର୍ନାବାର ଏହି ସୁଯୋଗ ଦେଇଥିବାରୁ ମୁଁ ଅତ୍ୟନ୍ତ ଖୁସି ଏବଂ ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ଆଶା ରଖିଛନ୍ତି ମୁଁ ସେଥିରେ ନିଶ୍ଚୟ ସଫଳ ହେବି”

୨୦୦୯ରେ ବିଭୂତି ବଳବନ୍ତ ରାୟ ଜଟଣୀର ବିଧାୟକ ଥିବାବେଳେ ୨୦୧୪ରେ ଦଳ ତାଙ୍କୁ ଆଉ ସୁଯୋଗ ଦେଇ ନଥିଲା। ବିଭୂତିଙ୍କ ସ୍ଥାନରେ ଦଳ ଭାଗିରଥୀ ବଡ଼ଜେନାଙ୍କୁ ସୁଯୋଗ ଦେଇଥିଲା। ବର୍ତ୍ତମାନ ପୁଣି ଥରେ ନବୀନଙ୍କ ଭରଷା ଜିଣିଛନ୍ତି ବିଭୂତି ବଳବନ୍ତ ରାୟ।

Comment