ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ଗଛରେ ଫୁଲ ଫୁଟୁଥିବାର ଦେଖିଛେ। କିନ୍ତୁ ଏମିତି କିଛି ଫୁଲ ଅଛି ତାହା ଦେଖିବାକୁ ଅବିକଳ ପକ୍ଷୀ ପରି। ପ୍ରଥମ ଥର ପାଇଁ ଏହି ଫୁଲକୁ ଦେଖିଲେ ଏହାକୁ ଚିହ୍ନିବା କଷ୍ଟକର ହୋଇଯିବ। ଫୁଲକୁ ଦେଖିଲେ ଲାଗିବ ଯେମିତି ଗଛ ଡାଳରେ ପକ୍ଷୀଟିଏ ବସିଛି।

ଚାଇନାର ରାଜଧାନୀ ବେଜିଂର ଆଖପାଖ ଅଞ୍ଚଳରେ ଏହି ଫୁଲ ଫୁଟିଥାଏ। ଏହାକୁ ମାଗ୍ନୋଲିଆ କୁହାଯାଏ। ଏହା ଦେଖିବାକୁ ଗୋଲାପୀ ରଙ୍ଗର। ବସନ୍ତ ଋତୁ ଆସିବା କ୍ଷଣି ଏହି ସୁନ୍ଦର ଫୁଲ ଫୁଟିଥାଏ। ଏହି ଫୁଲର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଦ୍ୱନ୍ଦ୍ୱରେ ପଡ଼ିବେ।

ଇଏ ଫୁଲ ନା ପକ୍ଷୀ? ମାଗ୍ନୋଲିଆ ଗଛ ଚାଇନାର ଉତ୍ତର ଭାଗରେ ଦେଖା ଯାଇଥାଏ। ଏହି ଗଛ ଦେଖିବାକୁ ଯେତିକି ସୁନ୍ଦର ତା’ଠୁ ବେଶୀ ସୁନ୍ଦର ଏହାର ଫୁଲ। ଏହି ଗଛର ଉଚ୍ଚତା ୧ରୁ ୨୦ ମିଟର। ଏହି ଫୁଲ ଗୋଟିଏ ଦୁଇଟି ଫୁଟେ ନାହିଁ, ହଜାର ହଜାର ସଂଖ୍ୟାରେ ଫୁଟିଥାଏ। ଯେମିତି ଗଛଡାଳରେ ସୁନ୍ଦର ପକ୍ଷୀସବୁ ବସିବା ପରି ଦେଖାଯାଏ। ଶୁଦ୍ଧତା, ବସନ୍ତ, ଆକର୍ଷଣ ଏବଂ ସୁନ୍ଦରତାର ପ୍ରତୀକ ମାଗ୍ନୋଲିଆ ଫୁଲ ।

Comment