ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। ସେ ଚଳିତ ନିର୍ବାଚନରେ ଭୁବନେଶ୍ୱର-ମଧ୍ୟରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଝାରପଡ଼ାରୁ ଏକ ବିଶାଳ ଶୋଭାଯାତ୍ରାରେ ନିଜ ସମର୍ଥକଙ୍କ ସହ ଆସି ଜଗନ୍ନାଥ ନିଜର ପ୍ରାର୍ଥିପତ୍ର ଏଡିଏମ୍ ଅଫିସରେ ରିଟର୍ଣ୍ଣି  ଅଫିସର ଅରୁଣ କୁମାର ବେହେରାଙ୍କ ପାଖରେ ଦାଖଲ କରିଛନ୍ତି।

୨୦୧୪ରେ  ମଧ୍ୟ ସେ ବିଜେପିରୁ ବିଧାୟକ ପ୍ରାର୍ଥୀ ରହିଥିଲେ। କିନ୍ତୁ ସେ ପରାସ୍ତ ହୋଇଥିଲେ। ହେଲେ ଚଳିତ ଥର ସେ ନିଶ୍ଚୟ  ଜିତିବେ ବୋଲି ଜୋର ଦେଇ କହିଛନ୍ତି। ସେ କହିଛନ୍ତି, “ରାଜଧାନୀ ଭୁବେନଶ୍ୱରରେ ଅନେକ ସମସ୍ୟା ରହିଛି ବିଶେଷ କରି ପିଇବାପାଣି  ଓ ଡ୍ରେନେଜ୍ ସମସ୍ୟା ଅତ୍ୟନ୍ତ ଉକ୍ରଟ”। ସେ ଆହୁରିମଧ୍ୟ କହିଛନ୍ତି ସହରର ଉନ୍ନତି ଓ ଲୋକମାନଙ୍କର ଉନ୍ନତିପାଇଁ ତାଙ୍କର ଏ ଲଢେଇ।

ଚଳିତ ନିର୍ବାଚନରେ ଶତ ପ୍ରତିଶତ ବିଜେପି ସରକାର ଗଠନ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର-ମଧ୍ୟ ପାଇଁ ବିଜେଡି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୁବନେଶ୍ୱର-ମଧ୍ୟ ଆସନରୁ ବିଜେଡି ଏଥର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଟିକେଟ୍‌ ଦେଇଛି।

Comment