ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇନଷ୍ଟାଣ୍ଟ ମେସେଜିଂ ଆପ୍ ‘ହ୍ୱାଟ୍ସ୍ଆପ୍’ ଜାରି କରିଛି ଗାଇଡ୍‌ଲାଇନ୍‌। ଏଣିକି ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ବିନା ଅନୁମତିରେ କାହାକୁ ଆଡ କରିପାରିବେନି ବ୍ୟବହାରକାରୀ। ଏହାସହ ଏକସଙ୍ଗେ ୫ରୁ ଅଧିକ ଲୋକଙ୍କୁ ପଠାଇପାରିବେନି ମେସେଜ୍‌।

ହ୍ୱାଟ୍ସଆପ୍‌ ୟୁଜର୍ସ ଅନ୍ୟ ୟୁଜର୍ସମାନଙ୍କୁ ଗ୍ରୁପ୍‌ରେ ଆଡ୍‌ କରିବାକୁ ହେଲେ ତାଙ୍କୁ ପ୍ରଥମେ ଅନୁମତି ନେବାକୁ ହେବ। ଯଦି ସେ ଅନୁମତି ମିଳେ ତେବେ ଯାଇ ସେ ଗ୍ରୁପ୍‌ରେ ଆଡ୍‌ କରିପାରିବେ। ଅର୍ଥାତ ଯେଉଁ ବ୍ୟକ୍ତିଙ୍କୁ ଆପଣ ଗ୍ରୁପରେ ଯୋଡ଼ିବାକୁ ଚାହୁଁଛନ୍ତି ସେ ଯଦି ‘ଓକେ’ କରନ୍ତି ତେବେ ଯାଇ ଆପଣ ତାଙ୍କୁ ଗ୍ରୁପ୍‌ରେ ଆଡ୍‌ କରିପାରିବେ।

ଭୁଲ  ଓ ମିଛ ଖବର ଦେଖିଲେ ଫାକ୍ଟ ନମ୍ବର ଜରିଆରେ ଯୋଗାଯୋଗ କରିପାରିବେ ଉପଭେକ୍ତା। ଏଥିପାଇଁ ହ୍ୱାଟ୍ସଆପ୍‌ ନମ୍ବର ୯୬୪୩ ୦୦୦୮୮୮ରେ ଯୋଗାଯୋଗ କରିପାରିବେ।

ହ୍ୱାଟ୍ସଆପ୍‌ ପରିବାର, ସାଙ୍ଗ, ସହକର୍ମୀ ଏବଂ ଏକାଧିକ ଲୋକଙ୍କୁ ଯୋଡ଼ିବାରେ ସହାୟକ ହୋଇଥାଏ। ୟୁଜର୍ସ ନିଜର କିଛି ମେସେଜ୍‌ ସେୟାର କରିବାକୁ ହେଲେ ସେ ଗ୍ରୁପ୍‌ରେ ସେହି ମେସେଜ୍‌ଟିକୁ ପଠାଇଥାଏ, ଯାହା ଏକସଙ୍ଗେ ଗ୍ରୁପ୍‌ ମାଧ୍ୟମରେ ଏକାଧିକ ଲୋକ ପାଇପାରନ୍ତି।

Comment