ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

‘‘କୋଭିଡ ଗାଇଡଲାଇନ ମାନି ନୂଆଖାଇ ପାଳନ କରିବା, ମନ୍ଦିରରେ ଭିଡ଼ କରିବାନି, ମନ୍ଦିରରେ କୋଭିଡ କଟକଣା ମାନିବା, ଏକତ୍ରିତ ହେବା ନାହିଁ, ନିଜ ପରିବାର, ଗାଁକୁ ସୁରକ୍ଷିତ ରଖିବା’’, କହିଛନ୍ତି ପ୍ରଦୀପ ଜେନା।

ଏବେ ବି କରୋନାର ଦ୍ୱିତୀୟ ଲହରୀ ସରିନି। ବିଶ୍ୱର ବିଭିନ୍ନ ଦେଶ ତଥା ଆମେରିକା, ୟୁରୋପ, ଭିଏତନାମା ଆଦି ସ୍ଥାନରେ ଲକ୍ଷାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। କରୋନାର ନୂଆ ଭାରିଏଣ୍ଟ ଏବେ ବିଶ୍ଵରେ ସଙ୍କଟ ପରିସ୍ଥିତି ସୃଷ୍ଟି କରିଛି। ଏଥିସହ ଦେଶରେ ମଧ୍ୟରେ ଚିନ୍ତାର କାରଣ ହୋଇଛି କେରଳ। ସେଠାରୁ ଦୈନିକ ୩୦ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ମୁଖ୍ୟତଃ ପର୍ବ ପାଳନ ପରେ ସେଠାରେ ଏଭଳି ପରିସ୍ଥିତି ଦେଖା ଦେଇଛି। ସେହିପରି ପୂର୍ବରୁ କୁମ୍ଭମେଳା ପରର ସ୍ଥିତି ବି ଭୟାନୟ ହୋଇଥିଲା। ତେଣୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଏବଂ ଓଡ଼ିଶାର ଅନ୍ୟାନ୍ୟ ପର୍ବକୁ ସତର୍କତାର ସହ ପାଳନ କରିବାକୁ ଏସଆରସି ପରାମର୍ଶ ଦେଇଛନ୍ତି।

ସେ ଆଉ ମଧ୍ୟ କହିଛନ୍ତି, “ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାର୍ବଣ ଋତୁ ପାଇଁ ଅଗଷ୍ଟ ୯ ତାରିଖରେ ସରକାରଙ୍କ ପକ୍ଷରୁ ଯେଉଁ ଗାଇଡଲାଇନ ଜାରି କରାଯାଇଥିଲା ତାହା ବଳବତ୍ତର ରହିବ। ଏବେ ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛେ। ତେଣୁ ଆଉ ଗୋଟିଏ ବର୍ଷ ସମସ୍ତଙ୍କୁ ଧୈର୍ଯ୍ୟ ରଖିବାକୁ ପଡ଼ିବ। ସରକାରଙ୍କ ନିଷ୍ପତ୍ତି ଅନୁସାରେ ମୂର୍ତ୍ତିର ଉଚ୍ଚତା ବଢ଼ାଯିବ ନାହିଁ।”

LEAVE A REPLY

Please enter your comment!
Please enter your name here