ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କୋଭିଡ ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କୋଭିଡ କଟକଣାକୁ କଡ଼ାକଡ଼ି କରାଯାଇଛି। କୋଭିଡ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ କୋଭିଡର ନୂଆ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ଆସନ୍ତା ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି। ଏନେଇ ସମସ୍ତ ରାଜ୍ୟମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା।

କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ମାରାତ୍ମକ ହୋଇନଥିଲେ ମଧ୍ୟ ଏହା ଦ୍ରୁତ ସଂକ୍ରମକ। ଦିନକୁ ଦିନ ଦେଶରେ କୋଭିଡ ସଂକ୍ରମଣ ହାର ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ କଟକଣାକୁ ବୃଦ୍ଧି କରାଯାଇଛି। କୋଭିଡ ପରିସ୍ଥିତିକୁ ଦେଖି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା କିମ୍ବା ପ୍ରତ୍ୟାହାର କରାଯିବା ନେଇ ନିର୍ଦ୍ଦେଶ ରହିଛି। ଟେଷ୍ଟିଂ, ଟ୍ରାକିଂ ଏବଂ ଟିକାକରଣ ଉପରେ ଗୁରୁତ୍ଵ ଦେବାକୁ ଚିଠିରେ ପରାମର୍ଶ ଦିଆଯାଇଛି। ସାମାଜିତ ଦୂରତା ରକ୍ଷା କରିବା, ଭିଡ ନିୟନ୍ତ୍ରଣ ଏବଂ ମାସ୍କ ପରିଧାନ ଉପରେ ଗୁରୁତ୍ଵ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି।

ଦେଶର ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କୋଭିଡ କଟକଣାକୁ ବୃଦ୍ଧି କରାଯାଇଛି। ସମସ୍ତ ରାଜ୍ୟରେ କୋଭିଡ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୬,୩୮୪ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୭୩ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here