ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାବେଳେ କୋଭିଡ କଟକଣାକୁ କୋହଳ କରିଛନ୍ତି ସରକାର। ମଙ୍ଗଳବାର ସେପ୍ଟେମ୍ଵର ମାସ ପାଇଁ ଗାଇଡଲାଇନ୍ ଜାରି କରି କଟକ, ଭୁବନେଶ୍ଵର ଏବଂ ପୁରୀରୁ ସାପ୍ତାହିକ ସଟଡାଉନ୍ ଉଠାଇ ଦିଆଯାଇଛି। ଏଥିସହ ସାରା ରାଜ୍ୟ ସପ୍ତାହାନ୍ତ ସଟଡାଉନ୍ କଟକଣା ମୁକ୍ତ ହୋଇଛି। ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା।

ସେପ୍ଵେମ୍ଵର ଗାଇଡଲାଇନରେ ଆଉ କେଉଁ କଟକଣା ସବୁ କୋହଳ ହୋଇଛି, ଜାଣନ୍ତୁ –

  • ସକାଳ ୫ରୁ ରାତି ୧୦ ଯାଏଁ ଦୋକାନ ବଜାର ଖୋଲିବାକୁ ଅନୁମତି
  • ସହରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ହେବ
  • ଧାର୍ମିକ, ରାଜନୈତିକ, ସାଂସ୍କୃତିକ, ସାମାଜିକ ସମାବେଶ ଉପରେ କଟକଣା
  • ପ୍ରଦର୍ଶନୀ, ବାଣିଜ୍ୟ ମେଳା ଆଦି ହୋଇ ପାରିବନି
  • ବାହାଘର, ବ୍ରତଘର ଏବଂ ଅନ୍ତ୍ୟେଷ୍ଟିରେ ସର୍ବମୋଟ୍ ୨୫୦ ଜଣଙ୍କୁ ଅନୁମତି
  • ବିବାହ ଶୋଭାଯାତ୍ରାରେ ବ୍ୟାଣ୍ଡ, ବାଜା, ବରଯାତ୍ରୀଙ୍କୁ ମିଶାଇ ସର୍ବାଧିକ ୫୦ ଜଣ ରହିପାରିବେ
  • ଶୋଭାଯାତ୍ରା ପାଇଁ ପ୍ରାଧିକୃତ ଅଧିକାରୀଙ୍କ ପାଖରୁ ଆଗୁଆ ଲିଖିତ ଅନୁମତି ଆଣିବାକୁ ହେବ
  • ସିନେମା ହଲ୍, ମଲ୍ ଆଦିରେ କୋଭିଡ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ନୁହେଁ
  • ସିନେମା ହଲ୍, ଥିଏଟରରେ ଯେତିକି ସିଟ୍, ସେତିକି ଦର୍ଶକ ବସିପାରିବେ
  • କରୋନା କଟକଣାରେ ପୂଜାପାର୍ବଣ ପାଳନ ହେବ
  • ଅକ୍ଟୋବର ୧ ଯାଏଁ ଏହି ଗାଇଡଲାଇନ୍ କାର୍ଯ୍ୟକାରୀ ହେବ

Comment