ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ନବରଙ୍ଗପୁର ସଭାରେ ମୋଦିଙ୍କୁ ନବୀନଙ୍କ ମାରାଥନ ପ୍ରଶ୍ନ

ନବରଙ୍ଗପୁରରେ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜେଡି ସଭାପତି ଜନସଭାକୁ ସମ୍ବୋଧିତ କରିବା ବେଳେ ବିଜେପିକୁ ଟାର୍ଗେଟ କରିବା ସହ ଅନେକ ପ୍ରଶ୍ନ ପଚାରିଛନ୍ତି ବିଜେଡି ସଭାପତି।

ନବୀନ ପ୍ରଶ୍ନ କରିଛନ୍ତି କି, “ଧାନର ସହାୟକ ମୂଲ୍ୟ ୨ଗୁଣ କରିବା କଥା କୁଆଡ଼େ ଗଲା? ନବରଙ୍ଗପୁରରେ ନୂଆ ରେଳଲାଇନ୍‌ ତିଆରି କଥା କୁଆଡ଼େ ଗଲା? ମହାନଦୀ ପ୍ରସଙ୍ଗର ସମାଧାନ ହେଲା ନାହିଁ। ଚାଷୀ ବୀମାରେ କାହିଁକି ପରିବର୍ତ୍ତନ କରାଗଲା ନାହିଁ?”

ବନ୍ୟା, ବାତ୍ୟା କି ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାଙ୍କୁ ଓଡ଼ିଶାରେ ଦେଖା ମିଳିନଥାଏ। କେବଳ ନିର୍ବାଚନ ଆସିଲେ ସେମାନେ ଓଡ଼ିଶା ଆସିଥାନ୍ତି ବୋଲି ବିଜେପିକୁ ଟାର୍ଗେଟ କରି ନବୀନ କହିଛନ୍ତି।

ଏହାସହିତ ନବୀନ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି କି, “ଏସସି, ଏସଟି ପିଲାଙ୍କ ସ୍କଲାରସିପ୍‌କୁ କାହିଁକି ଅଟକାଗଲା। ରାଜ୍ୟରେ ପ୍ରତି ଜମିକୁ ଜଳସେଚନ କଥା କୁଆଡ଼େ ଗଲା?”

‘କାଳିଆ’ ଯୋଜନାରେ ଜଣେ ବି ଚାଷୀ ବଞ୍ଚିତ ହେବେନାହିଁ : ନବୀନ

ବିଜେଡିର ଷ୍ଟାର ପ୍ରଚାରକ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ନିର୍ବାଚନୀ ପ୍ରଚାର ଲାଗି ନବରଙ୍ଗପୁର ଜିଲ୍ଲା ଗସ୍ତ କରିଥିଲେ। ନବରଙ୍ଗପୁର ଜିଲ୍ଲା ରାଇଘରରେ ଆୟୋଜିତ ସନସଭାକୁ ସମ୍ବୋଧିତ କରିଥିଲେ ବିଜେଡି ସଭାପତି। ଏଠାରେ ସେ ବିଜେଡିକୁ ଭୋଟ ଦେବା ଲାଗି କହିଛନ୍ତି।

ଏହା ସହିତ ନବୀନ କହିଛନ୍ତି, “କାଳିଆ ଯୋଜାନାରୁ ଜଣେ ବି ଚାଷୀ ବଞ୍ଚିତ ହେବେ ନାହିଁ। ସାଢେ ଚାରିକୋଟି ଓଡ଼ିଆ ହେଉଛନ୍ତି ମୋ ପରିବାର। ସେମାନଙ୍କ ସହ ମୁଁ ମୋ ଶେଷ ନିଶ୍ୱାସ ଥିବା ଯାଏଁ ରହିବି। ଚାଷୀଙ୍କ ଲାଗି ଆମ ସରକାର ସଚେତନ। ଆମ ଇସ୍ତାହରରେ ପ୍ରଥମ ସ୍ଥାନରେ ଚାଷୀ ଅଛନ୍ତି। ଶେଷ ନିଶ୍ୱାସ ଯାଇଁ ମୁଁ ଆପଣଙ୍କ ସେବା କରିବି। ମୋତେ ଆପଣ ମାନେ ଆର୍ଶିବାଦ କରନ୍ତୁ।”

“୨୦୧୯ ନିର୍ବାଚନ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ”

ନିର୍ବାଚନ ତାରିଖ ଘୋଷଣା ପରେ ମୋଦି ତୃତୀୟ ଥର ପାଇଁ ଓଡ଼ିଶା ଆସିଛନ୍ତି। ସୁନ୍ଦରଗଡ଼ର ରୂପିଡିହ ସାଧାରଣ ସଭାରେ ଯୋଗ ଦେଇ ମୋଦି ଉଦବୋଧନ ଆରମ୍ଭ କରିବା ପୂର୍ବରୁ ରାଜ୍ୟବସୀଙ୍କୁ ନବରାତ୍ରର ଶୁଭେଚ୍ଛା ଜଣାଇଛନ୍ତି।

“ସୁନ୍ଦରଗଡ଼ରେ ଏ ଜନସମୁଦ୍ର ଦେଖି ମୁଁ ଅଭିଭୂତ। ଦେଶ ସୁରକ୍ଷାରେ ଲାଗିଥିବା ଓଡ଼ିଶାର ସବୁ ଯବାନଙ୍କୁ ମୋର ପ୍ରଣାମ।  ଆପଣଙ୍କ ଆଶୀର୍ବାଦ ମୁଁ ଭୁଲି ପାରିବିନାହିଁ। ପ୍ରଧାନମନ୍ତ୍ରୀ ନୁହେଁ ପ୍ରଧାନସେବକ ସୁନ୍ଦରଗଡ଼ ଆସିଛି”, ସୁନ୍ଦରଗଡ଼ରେ କହିଛନ୍ତି ମୋଦି।

ସେ ଆହୁରି କହିଛନ୍ତି ମଜବୁତ ଭାରତ ପାଇଁ ମଜବୁତ ସରକାର, ମଜବୁତ ଓଡ଼ିଶା ଦରକାର। ଓଡ଼ିଶାରେ ଉଚିତ ନୀତି କି ନିୟତ ନାହିଁ।  ଯଦି ବିଜେଡିର ନିୟତ ଠିକ୍‌ ଥାଆନ୍ତା। ଚାଷୀଙ୍କୁ ଉଚିତ ଦାମ, ସ୍ୱାସ୍ଥ୍ୟ ସୁବିଧା ମିଳୁଥାନ୍ତା, ଖଣିରୁ ମିଳୁଥିବା ଟଙ୍କାରେ ଉନ୍ନତି ହୋଇପାରନ୍ତା। ଓଡ଼ିଶା ଗରିବ ନୁହେଁ। ଓଡ଼ିଶା ଲୋକଙ୍କ ପାଖରେ ସାମର୍ଥ୍ୟ ରହିଛି ହେଲେ ବିଜେଡି ବିକାଶରେ ରୋକ ଲଗାଇ ଦେଇଛି।

ହାତ ଧରିଲେ ଶତ୍ରୁଘ୍ନ

ପାଟନାର ସାହିବରୁ ବିଜେପିର ସାଂସଦ ଥିବା ଶତ୍ରୁଘ୍ନ ସିହ୍ନା ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ଶତ୍ରୁଘ୍ନ କିଛିଦିନ ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଯାହାପରେ ସେ ଘୋଷଣା କରିଥିଲେ କି ଏପ୍ରିଲ ୬ରେ କଂଗ୍ରେସରେ ସାମିଲ ହେବେ।

ଶତ୍ରୁଘ୍ନ କଂଗ୍ରେସରେ ସାମିଲ ହେବାର କିଛି ସମୟ ପୂର୍ବରୁ ଏକ ଟୁଇଟ୍‌ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି କି, “ଦୁଃଖର ସହ ମୁଁ ବିଜେପି ଛାଡ଼ୁଛି।”

ଶତ୍ରୁଘ୍ନ କଂଗ୍ରେସରେ ସାମିଲ ହେବା ପରେ ଚର୍ଚ୍ଚା ହେଉଛି ଶତ୍ରୁଘ୍ନଙ୍କୁ ପାଟନା ସାହିବ ଲୋକସଭା ଆସନ ଲାଗି କଂଗ୍ରେସ ସାଂସଦ ପ୍ରାର୍ଥୀ କରିପାରେ।

ଏପ୍ରିଲ ୭ରେ ବିଜେପି ଜାରି କରିବ ଇସ୍ତାହାର ପତ୍ର

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଉ ଏକ ସପ୍ତାହ ରହିଛି। ରାଜନୈତିକ ଦଳଗୁଡ଼ିକ ଏଥିପାଇଁ ପ୍ରଚାର ଜୋର କରିଲେଣି। ଏହି ମଧ୍ୟରେ ଖବର ଆସୁଛି ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ଏପ୍ରିଲ ୭ରେ ଇସ୍ତାହାର ପତ୍ର ଘୋଷଣା କରିବ। ମିଡିଆ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପି ଇସ୍ତାହାର ଘୋଷଣା କରିବ। ବିଜେପିର ଇସ୍ତାହାର ପତ୍ର ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି। ବିଜେପିର ଇସ୍ତାହାରରେ କ’ଣ ରହିବ? ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ଖଣ୍ଡପଡ଼ା ରାଜନୀତି, ଯେଉଁଠି ପ୍ରତି ନିର୍ବାଚନରେ ବଦଳନ୍ତି ପ୍ରାର୍ଥୀ!

ବିଜେଡିକୁ ଢଳୁଛନ୍ତି ଦିଲ୍ଲୀପ ରାୟ!

ମନ୍ତ୍ରିମଣ୍ଡଳରୁ ବିଦା ହୋଇ ନଥିଲି, ସ୍ୱ ଇଚ୍ଛାରେ ଅବ୍ୟାହତି ନେଇଥିଲି – ଅରୁଣ

ଖଣ୍ଡପଡ଼ାରେ ଏଥର ଖାତା ଖୋଲି ପାରିବେ କି ସୌମ୍ୟରଞ୍ଜନ?

ଭୋଟ୍‌ ପରିଚୟପତ୍ର ନଥିଲେ କେମିତି ଦେବେ ଭୋଟ୍‌?

Comment