ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପ୍ କାଉଣ୍ଟଡାଉନ୍‌। ଆସନ୍ତା ମେ ୩୦ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି କ୍ରକେଟ ବିଶ୍ୱକପ୍ ୨୦୧୯। ଏଥିପାଇଁ ଟିମ୍‌ ଇଣ୍ଡିଆର ଆରମ୍ଭ କରିଛି ପ୍ରସ୍ତୁତି। ବିଶ୍ୱକପ୍ ପାଇଁ ଏପ୍ରିଲ ୧୫ରେ ଭାରତୀୟ କ୍ରିକେଟ୍‌ ଟିମ୍‌ ଖେଳାଳି ଚୟନ କରିବ।

ବିଶ୍ୱକପ୍ ପାଇଁ ଆଇସିସି ଖେଳାଳିଙ୍କ ନାମ ଘୋଷଣା କରିବାର ଶେଷ ତାରିଖ ଏପ୍ରିଲ ୨୩ ଧାର୍ଯ୍ୟ କରିଛି। ତେବେ ଟିମ୍‌ ଇଣ୍ଡିଆ ଏହାର ୮ ଦିନ ପୂର୍ବରୁ ଅର୍ଥାତ ଏପ୍ରିଲ ୧୫ରେ ଟିମ୍‌ ଘୋଷଣା କରିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ମୁମ୍ୱାଇ ସ୍ଥିତ ବିସିସିଆଇ ହେଡକ୍ୱାର୍ଟରରେ ୫ ଜଣିଆ ସଦସ୍ୟ ବିଶିଷ୍ଟ ଚୟନ କମିଟି ଭାରତୀୟ କ୍ରିକେଟ୍‌ ଟିମ୍‌ ପାଇଁ ଖେଳାଳି ଚୟନ କରିବେ।

୨୦୧୯ ଆଇସିସି କ୍ରିକେଟ ବିଶ୍ୱକପ ଇଂଲଣ୍ଡ ଓ ୱେଲ୍ସରେ ହେବାକୁ ଯାଉଛି। ଏହା ଆସନ୍ତା ମେ ୩୦ରୁ ଆରମ୍ଭ ହୋଇ ଜୁଲାଇ ୧୪ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ଭାରତରେ ଆଇପିଏଲ୍‌ ଖେଳରେ କିକେଟ ପ୍ରେମୀ ମତୁଆଲା ହେଉଛନ୍ତି। ତେବେ ବିଶ୍ୱକପ୍ ପାଇଁ ମଧ୍ୟ ଦର୍ଶଙ୍କ ମଧ୍ୟରେ ଉତ୍ସାହ ଏବେଠୁ ଦେଖିବାକୁ ମିଳିଲାଣି।

Comment