ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ଆପ୍‌ ଗୁଗଲ ପେ’ କୁ ନେଇ ଦିଲ୍ଲୀ ହାଇକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ପ୍ରଶ୍ନ କରିଛନ୍ତି। ବିନା ପ୍ରାଧୀକରଣରେ ଭାରତରେ ‘ଗୁଗଲ ପେ’ ଆପ କିପରି କାମ କରୁଛି ବୋଲି କୋର୍ଟ ଆରବିଆଇକୁ ପ୍ରଶ୍ନ କରିଛନ୍ତି।

ଆରବିଆଇ ଅପରେଟର ତାଲିକାରେ ଗୁଗୁଲ ପେ’ର ନାଁ ନଥିବା ନେଇ ଗତ ମାର୍ଚ୍ଚ ୨୦ରେ ଅଭିଜିତ ମିଶ୍ର ନାମକ ଜଣେ ବ୍ୟକ୍ତି ଦିଲ୍ଲୀ ହାଇକୋର୍ଟରେ ଏକ ଜନହିତ ପିଟିସନ୍‌ କରିଥିଲେ। ଗୁଗଲ ପେ’ ଡିଜିଟାଲ ପେମେଣ୍ଟ ନିୟମ ଉଲ୍ଲଙ୍ଘନ କରିବା ସହିତ ଅବୈଧ ଭାବେ ଏହାକୁ ଭାରତରେ ବ୍ୟବହାର କରାଯାଉଛି ବୋଲି ପିଟିସନ୍‌ରେ କୁହାଯାଇଛି।

ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ ଏବଂ ଜଷ୍ଟିସ୍‌ ଏଜେ ଭମ୍ବାନୀଙ୍କ ଖଣ୍ଡପୀଠ ଏହି ଜନହିତ ପିଟିସନ୍‌ର ଶୁଣାଣି ହୋଇଥିଲା। ଏହି ପିଟସନ୍‌ର ଶୁଣାଣି କରିବାକୁ ଯାଇ ହାଇକୋର୍ଟ ବିନା ମଞ୍ଜୁରୀରେ କେମିତି ‘ଗୁଗଲ ପେ’ ଚାଲୁଛି ବୋଲି ଆରବିଆଇକୁ ପ୍ରଶ୍ନ କରିଛନ୍ତି। ଏନେଇ ଦିଲ୍ଲୀ ହାଇକୋର୍ଟ ଗୁଗୁଲ ଇଣ୍ଡିଆ ଏବଂ ଆରବିଆଇକୁ ନୋଟିସ୍‌ ଜାରି କରିଛନ୍ତି।

ଆସନ୍ତା ଏପ୍ରିଲ ୨୯ରେ ଏହି ମାମଲାର ଆଗାମୀ ଶୁଣାଣି ହେବ।

Comment