ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ରୁ ମତଦାନ ଆରମ୍ଭ ହୋଇଯାଇଛି। କିନ୍ତୁ ଇଭିଏମ୍‌ରେ ଯାନ୍ତ୍ରିକ ତୃଟି ଦେଖାଦେଇଥିବାରୁ ବିଭିନ୍ନ ସ୍ଥାନରେ ଭୋଟରମାନେ ଭୋଟ୍ ନ ଦେଇ ଫେରିଯାଇଛନ୍ତି।

ଜୁନାଗଡ଼ର କୁହୁରା ଓ କଣ୍ଟାମାଳ ବୁଥ୍‌ରେ ଭିଭିପାଟ ଅଚଳ ହୋଇପଡ଼ିଥିଲା। ଫଳରେ ମତଦାନ ପାଇଁ ଭୋଟରମାନେ ଧାଡ଼ିରେ ଠିଆ ହୋଇ ରହିଥିଲେ। ଅଚଳ ଉଭିଏମ୍‌ ସଜଡ଼ାରେ ବିଳମ୍ବ ଯୋଗୁଁ ଫେରିଗଲେ ଭୋଟର୍‌।

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଗୋଡ଼ିବାଲି ୟୁପି ସ୍କୁଲ୍‌ର ବୁଥ୍‌ରୁ ମଧ୍ୟ ଭୋଟରମାନେ ଭୋଟ୍‌ ନଦେଇ ଫେରିଗଲେ। ସେହିପରି ଲମତାପୁଟର ବାଜିଗଡ଼ ଆଶ୍ରମସ୍କୁଲର ୬୫ ନମ୍ବର ବୁଥ, ଲମତାପୁଟର ବାଜିଗଡ଼ ଆଶ୍ରମସ୍କୁଲର ୬୫ ନମ୍ବର, ୭୧ ନମ୍ବର ବୁଥରୁ ମଧ୍ୟ ଫେରିଗଲେ ଭୋଟର୍।

ଗ୍ରୀଷ୍ମପ୍ରବାହ ଯୋଗୁଁ ବିଭିନ୍ନ ଭୋଟ କେନ୍ଦ୍ରରେ ସକାଳୁ ସକାଳୁ ମତଦାତାମାନେ ଧାଡ଼ି ବାନ୍ଧି ଠିଆ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।।ଭୋଟ ଗ୍ରହଣ ସକାଳ ୭ରେ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ।

Comment