ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ‘କ୍ୟାପ୍ଟେନ୍‌ କୁଲ୍‌’ ନାମରେ ପରିଚିତ। ଖେଳ ପଡ଼ିଆରେ ଯେଉଁ ଭଳି ବି ପରିସ୍ଥିତି ଥାଉ ନା କାହିଁ, ସ୍ଥିର ଏବଂ ବିଚକ୍ଷଣ ବୁଦ୍ଧି ଯୋଗୁଁ ବିପକ୍ଷ ଦଳଠାରୁ ବିଜୟ ଛଡ଼ାଇ ଆଣିବାରେ ଧୋନି ମାହିର। ସେଥିପାଇଁ କ୍ୟାପ୍ଟେନ୍‌ କୁଲ୍‌ ନାଁରେ ସେ ବେଶ୍‌ ପରିଚିତ। କିନ୍ତୁ ଗୁରୁବାର ମ୍ୟାଚ୍‌ରେ କିଛି ଅଲଗା ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ପଡ଼ିଆରେ ଧୋନିଙ୍କ ଏଙ୍ଗ୍ରୀ ଲୁକ୍‌ ଦେଖିବାକୁ ମିଳିଛି।

ଗୁରୁବାର ସୱାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଧୋନିଙ୍କ ଏଙ୍ଗ୍ରୀ ଲୁକ୍‌ ଖେଳପ୍ରେମୀଙ୍କୁ ଚକିତ କରିଥିଲା। ଅମ୍ପାୟର୍ସଙ୍କ ଭୁଲ ନିଷ୍ପତ୍ତିରେ ଧୋନି ରାଗିଯାଇ ପାଭିଲିୟନ୍‌ରୁ ପଡ଼ିଆ ଭିତରକୁ ଆସିଯାଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଅମ୍ପାୟର୍ସ ଏବଂ ଧୋନିଙ୍କ ମଧ୍ୟରେ ଯୁକ୍ତିତର୍କ।

ଏହି ମ୍ୟାଚର ଶେଷ ଓଭରରେ ଚେନ୍ନାଇ ଜିତିବାକୁ ଆଉ ମାତ୍ର ୧୮ ରନ୍‌ର ଆବଶ୍ୟକତା ଥିଲା। ରାଜସ୍ଥାନର ବେନ୍ ଷ୍ଟୋକ୍ସଙ୍କ ନୋ’ ବଲକୁ ଅମ୍ପାୟାର ନୋ’ ବଲ ଦେଇନଥିଲେ, ଯାହାକୁ ନେଇ ଧୋନି ନେଇ ରାଗିକି ମଇଦାନ ଭିତରକୁ ଚାଲିଯାଇଥିଲେ ଏବଂ ସେ ଦୁଇ ଅମ୍ପାୟାର ସହ ଯୁକ୍ତିତର୍କ କରିଥିଲେ।

ପ୍ରଥମ ଥର ପାଇଁ କ୍ୟାପ୍ଟେନ୍ କୁଲ୍ ଧୋନି ନିଜ ଉପରୁ ନିୟନ୍ତ୍ରଣ ହରାଇ ରାଗିଯାଇଥିଲେ। ତେବେ ଏହି ରାଗିବା ଧୋନିଙ୍କ ପାଇଁ ମହଙ୍ଗା ପଡ଼ିଛି। ଧୋନିଙ୍କ ଏହି ଆଚରଣ ପାଇଁ ତାଙ୍କ ଉପରେ ୫୦ ପ୍ରତିଶତ ମ୍ୟାଚ୍ ଫି’ର ଜରିମାନା ଲଗାଯାଇଛି।

LEAVE A REPLY

Please enter your comment!
Please enter your name here