ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ।

ଏହି ମ୍ୟାଚ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍ ପ୍ଲେ-ଅଫ୍ ଦୌଡ଼ରୁ ବାହାରି ସାରିଛି। ତେଣୁ କେକେଆର୍ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଦଳ ଏବେ ୧୨ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଥିଲାବେଳେ ଏହି ମ୍ୟାଚରେ ବିଜୟୀ ହେଲେ ଟପ୍ ୪କୁ ପ୍ରବେଶ କରିବ।

ଅନ୍ୟପଟେ କୋଲକାତା ହାତରେ ଏବେ ମାତ୍ର ୨ଟି ମ୍ୟାଚ୍ ବାକି ରହିଛି। ତେଣୁ ବାକି ଥିବା ଦୁଇଟି ମ୍ୟାଚ୍ ଜିତି ଦଳ ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛି। ଇଆନ୍ ମୋର୍ଗାନ୍ ଦଳର ନୂଆ ନେତୃତ୍ୱ ନେଉଥିବାରୁ ତାଙ୍କ ନେତୃତ୍ୱରେ ଦଳ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି।

Comment