ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତ ଘଟିବ ସବୁ ଅପେକ୍ଷାର। ବାଜିବ ଆଇପିଏଲ ବିଗୁଲ୍। କରୋନା କଟକଣା ଭିତରେ ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଆଉ ଚେନ୍ନାଇ ସୁପର କିଙ୍ଗସ୍।

ଆଇପିଏଲ୍ ୨୦୨୦ର ପ୍ରଥମ ମ୍ୟାଚ୍ ଆଜି ସନ୍ଧ୍ୟା ୭ଟା ୩୦ରେ ଆବୁଧାବିରେ ଖେଳାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦୁଇ ଅଧିନାୟକ ଧୋନୀ ଓ ରୋହିତ ମଧ୍ୟ ନିଜ ନିଜର ରଣନୀତି ପ୍ରସ୍ତୁତ କରିସାରିଥିବା ସୂଚନା ମିଳିଛି।

ତେବେ ପୂର୍ବବର୍ଷମାନଙ୍କ ଭଳି ଏଥର ଆଇପିଏଲ ଷ୍ଟାଡିୟମରେ ଦର୍ଶକମାନଙ୍କୁ ଦେଖିବାକୁ ମିଳିବନି। ଷ୍ଟାଡିୟମ ଭିତରକୁ ଦର୍ଶକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସେହିପରି ଏଥର ଚିୟର ଲିଡର୍ସମାନେ ମଧ୍ୟ ଆଇପିଏଲ ମ୍ୟାଚରେ ଦେଖିବାକୁ ମିଳିବନି। ହେଲେ କରୋନା କଟକଣା ଭିତରେ ଆଇପିଏଲ୍ ଆୟୋଜନ ହେଉଥିବାରୁ ଦର୍ଶକମାନେ ବେଶ୍ ଖୁସି ଥିବା ଜଣାପଡ଼ିଛି।

ଚେନ୍ନାଇ ସୁପର କିଙ୍ଗ୍ ଦଳ

ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଇମ୍ରାନ ତାହିର୍, ଲୁଙ୍ଗି ନିଗିଡି, ଋତୁରାଜ ଗାଏକ୍ଵାଡ୍, ସେନ୍ ଓ୍ଵାଟସନ୍, ଅମ୍ଵାତି ରାଇଡୁ, ମୂରଲୀ ବିଜୟ, କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ଦିପକ ଚହର, ପିୟୁଷ୍ ଚାଓ୍ଵଲା, ନାରାୟଣ ଜଗଦ୍ଦିଶନ୍, ମିଚେଲ ସାଣ୍ଟନର, କେଏମ୍ ଅସିଫ୍, ସାର୍ଦୁଲ ଠାକୁର, ସାଇ କିଶୋର, ଡ୍ୟୁପ୍ଲେସିସ୍, ମୋନୁ କୁମାର, ଡ୍ଵେନ୍ ବ୍ରାଭୋ, ଜୋସ୍ ହାଜଲଉଡ୍, ସାମ୍ କରନ୍ ଏବଂ କର୍ଣ୍ଣ ଶର୍ମା।

ମୁମ୍ଵାଇ ଇଣ୍ଡିଆନ୍ସ ଦଳ

ରୋହିତ୍ ଶର୍ମା(ଅଧିନାୟକ), ଆଦିତ୍ୟ ତାରେ, ଅନମୋଲ୍ ପ୍ରୀତ୍ ସିଂହ, ଅନୁକୁଲ୍ ରାୟ, ଧବଲ୍ କୁଲକର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ୍ କିଷନ୍, ଜଶପ୍ରୀତ୍ ବୁମ୍ରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁନାଲ୍ ପାଣ୍ଡ୍ୟା, ଲସିଥ୍ ମାଲିଙ୍ଗା, ମିଚେଲ ମାକ୍ଲେନ୍ଗାନ୍, କ୍ୱିଣ୍ଟନ ଡି’ କକ୍, ରାହୁଲ ଚହର, ସର୍ଫାନ ରାଦରଫୋର୍ଡ, ସୂର୍ଯ୍ୟ କୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, କ୍ରିସ୍ ଲିନ୍, ନାଥନ୍ କୁଲ୍ଟରନିଲ୍, ସୌରଭ ତିଓ୍ଵାରୀ, ମୋସିନ୍ ଖାନ୍, ଦିଗବିଜୟ ଦେଶମୁଖ, ପ୍ରିନ୍ସ ବଲବନ୍ତ ରାୟ ସିଂ।

Comment