ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ନବୀନ ପଚାରିଲେ – ‘‘ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?’’

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଶପଲ୍ଲା ସଭାରୁ ଆଜି ସିଧାସଳଖ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରି ବିଜେପି ଶିବିରକୁ ତୀର ମାରିଛନ୍ତି ନବୀନ। ଏପଟେ ନବୀନଙ୍କ ପ୍ରଶ୍ନର ଉତ୍ତର ରଖିଛି ବିଜେପି। ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କ ଜବାବ ଦେଇ କହିଛନ୍ତି ଯେ ’ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ’।

ହିଞ୍ଜିଳିରେ ନବୀନ ବନାମ୍ ପିତାମ୍ବର

ନବୀନ ପଟ୍ଟନାୟକ ଏଥର ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି। ଗୋଟିଏ ସେ ପୂର୍ବରୁ ଲଢ଼ି ଆସୁଥିବା ଆସନ ହିଞ୍ଜିଳି ଓ ଅନ୍ୟଟି ହେଉଛି ପଶ୍ଚିମ ଓଡ଼ିଶାର ବିଜେପୁର ଆସନ। ହିଞ୍ଜିଳି ଲାଗି ନବୀନ ପ୍ରଚାର କରୁଛନ୍ତି। ସେପଟେ ହିଞ୍ଜିଳି ଲାଗି ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ହେଉଛନ୍ତି ପିତାମ୍ବର ଆଚାର୍ଯ୍ୟ। ସେ ଏବେ ଭାରତୀୟ ଜନତା ପାର୍ଟିର ଉପସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି।

ସ୍ୱାମୀ ମଇଦାନରେ ସ୍ତ୍ରୀ ପ୍ରଚାରରେ

ଏପ୍ରିଲ ୧୮ ରେ ଦ୍ୱୀତିୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହେବ। ଯେଉଁଥିପାଇଁ ପ୍ରାର୍ଥିମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ପ୍ରଚାରକୁ ନେଇ ବଲାଙ୍ଗିରିରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ବଲାଙ୍ଗିରି ବିଧାନସଭା ଆସନ ଲାଗି ବିଜେପି ଏଥର ନୂଆମୁହଁ ଦେଇଛି। ଅନନ୍ତ ଦାସଙ୍କୁ ବିଜେପି ବଲାଙ୍ଗିର ଲାଗି ପ୍ରାର୍ଥୀ କରିଛି। ଅନନ୍ତ ପୂର୍ବରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଅନନ୍ତଙ୍କୁ ପ୍ରାର୍ଥୀ ଘୋଷଣା କରିବାର କିଛିଦିନ ମଧ୍ୟରେ ତାଙ୍କ ପତ୍ନୀ ବିଦୁସ୍ମୀତା ବିଜେପିରେ ସାମିଲ ହୋଇଥିଲେ। ଏହାପରେ ସେ ବଲାଙ୍ଗିରିରେ ନିଜ ସ୍ୱାମୀଙ୍କ ଲାଗି ପ୍ରଚାର କରୁଛନ୍ତି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ସୋନପୁର : କକା -ପୁତୁରା ଲଢ଼େଇ

ବିଜେଡିର ‘ସଫ୍ଟ ଟାର୍ଗେଟ’ ଧର୍ମେନ୍ଦ୍ର!

୨୦୧୯ ନିର୍ବାଚନ : ବାପା-ପୁଅ-ସ୍ତ୍ରୀ-ଝିଅ ରାଜନୀତି

କାହାର ହେବ କନ୍ଧମାଳ?

ବାରବାଟୀ-କଟକ ବିଧାନସଭା ଆସନ: ତିନି ନେତାଙ୍କ ମଧ୍ୟରେ କଡ଼ା ଟକ୍କର

Comment