ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମହାବିଷୁବ ସଂଙ୍କ୍ରାନ୍ତି। ଓଡ଼ିଆ ପଞ୍ଜିକାରେ ମହାବିଷୁବ ସଂଙ୍କ୍ରାନ୍ତି ବର୍ଷର ପ୍ରଥମ ଦିନ। ତେଣୁ ଓଡ଼ିଆଙ୍କ ପାଇଁ ଆଜି ହେଉଛି ନୂଆବର୍ଷ।

କେବଳ ଓଡ଼ିଶା ନୁହଁ ପଶ୍ଚିମବଙ୍ଗ,ଆସାମ,କେରଳ,ତାମିଲନାଡ଼ୁ ଆଦି ରାଜ୍ୟରେ ଆଜିର ଦିନକୁ ନୂଆବର୍ଷ ଭାବେ ପାଳନ କରିଥାନ୍ତି।

ଆଜିର ଦିନଟିକୁ ପ୍ରତିଟି ଓଡ଼ିଆ ସେଲିବ୍ରେଟ କରୁଛନ୍ତି। ପରସ୍ପରକୁ ନୂଆବର୍ଷର ଶୁଭେଛା ଓ ଶୁଭକାମନା ଜଣାଇ।

ମହାବିଷୁବ ସଂଙ୍କ୍ରାନ୍ତି ହୋଇଥିବାରୁ ଅନେକ ସ୍ଥାନରେ ପଣା ଭଗବାନଙ୍କ ପାଖରେ ଭୋଗ କରାଯାଇଥାଏ। ତାପରେ ସେହି ପଣାକୁ ପରିବାରର ପ୍ରତିଟି ସଦସ୍ୟ ପିଇଥାନ୍ତି।

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକାକଳା ମାଧ୍ୟମରେ ନୂଆବର୍ଷର ଶୁଭେଛା ରାଜ୍ୟବାସୀଙ୍କୁ ଜଣାଇଛନ୍ତି।

Comment