ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଏଥର ପଣା ସଂକ୍ରାନ୍ତି ଏପ୍ରିଲ ୧୩ କି ୧୪ ତାରିଖରେ ପାଳନ କରାଯିବ ତାକୁ ନେଇ ଦ୍ଵନ୍ଦ୍ଵ ଉପୁଜିଥିଲା। ପଣା ସଂକ୍ରାନ୍ତି ପାଳନ ନେଇ ମୁକ୍ତି ମଣ୍ଡପ ସଭାରେ ଏପ୍ରିଲ ୧୪ ତାରିଖ ଉପରେ ମୋହର ବାଜିଛି।

କୋହିନୂର ପଞ୍ଜିକା ଏବଂ ରାଧାରମଣ ପଞ୍ଜିକାରେ ଏପ୍ରିଲି ୧୪ ତାରିଖରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପଡ଼ୁଥିବା ଉଲ୍ଲେଖ ଥିବାବେଳେ ସାମନ୍ତ ଚନ୍ଦ୍ରଶେଖର ଓ ବିରଜା ପଞ୍ଜିକାରେ ୧୩ ତାରିଖ ଉଲ୍ଲେଖ ରହିଛି।

ପଣା ସଂକ୍ରାନ୍ତି ତାରିଖକୁ ନେଇ ଦ୍ଵନ୍ଦ୍ଵ ଦେଖା ଦେବାରୁ ସୋମବାର ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାଞ୍ଜି ସମୀକ୍ଷା ବୈଠକ ବସିଥିଲା। ଗଣନାକାରମାନେ ଏହା ଉପରେ ବିସ୍ତୃତ ଗଣନା କରି ଏପ୍ରିଲ ୧୪ ତାରିଖରେ ହିଁ ପଣା ସଂକ୍ରାନ୍ତି ପାଳନ ହେବ ବୋଲି ସ୍ପଷ୍ଟ କରିଛନ୍ତି।

Tags: #MahabishubaSankranti #OdiaNewYear #PanaSankranti #HanumanJayanti #Culture #Odisha

Comment