ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣିଥରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ହେଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଅସମ୍ଭାଳ ତାତିରେ ରାଜଧାନୀବାସୀ ଅସ୍ତବ୍ୟସ୍ତ। ଗତକାଲି ରାଜଧାନୀ ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରୀ ଥିବାବେଳେ ଆଜି ପାରଦ ୪୧.୭ ଡିଗ୍ରୀ ଛୁଇଛି। ଏହିଭଳି ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏନେଇ ପାଣିପାଭ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବୁଧବାର ରାଜ୍ୟର ଅନୁଗୋଳରେ ୪୧.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୪୧, ମାଲକାନଗିରିରେ ୪୦.୫, ସମ୍ବଲପୁର ୩୯.୨, ବଲାଙ୍ଗିର ୩୯, ସୁନ୍ଦରଗଡ଼, ଭବାନୀପାଟଣା ଓ ସୋନପୁର ୪୦ ଏବଂ ସିଲଭର ସିଟି କଟକର ତାପମାତ୍ର ୩୯.୪ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।

ପଣା ସଂକ୍ରାନ୍ତି ପରଠୁ ରାଜ୍ୟରେ ହଠାତ ତାତି ବଢିଯାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆହୁରି ୨ରୁ ୩ଦିନ ଯାଏଁ ରାଜ୍ୟରେ ଏହି ଭଳି ଗରମ ପରିଲିକ୍ଷିତ ହେବ। ସେହପରି କାଳ ବୈଶାଖୀ ଯୋଗୁଁ ଅନେକ ଜିଲ୍ଲାରେ ବର୍ଷ ହେବାର ସମ୍ଭାବନା ରହିଛି।

Comment