ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ମ୍ୟୁଜିକାଲ ଆପ ଟିକଟକକୁ ବ୍ୟାନ କରାଯାଇଛି। ଗୁଗୁଲ ଦ୍ୱାରା ଏହି ଆପକୁ ବ୍ଲକ କରିଦିଆଯାଇଛି। ଏହାର ଅର୍ଥ ହେଉଛି ଟିକଟକ ଆପ ଆଉ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ ନାହିଁ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଟିକଟକ ପ୍ଲେ ଷ୍ଟୋରରୁ ନିଜ ଆପକୁ ହଟାଇବାକୁ ବାଧ୍ୟ ହୋଇଛି।

ଏପ୍ରିଲ ୩ ତାରିଖରେ ମାଡ୍ରାସ ହାଇକୋର୍ଟ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ଯୁବକ ଏବଂ ମହିଳାମାନେ ଅଶ୍ଲୀଳ ଭିଡିଓ ଆପରେ ପୋଷ୍ଟ କରୁଥିବାରୁ ମାଡ୍ରାସ ହାଇକୋର୍ଟ ଏପରି ନିଷ୍ପତ୍ତି ନେଇଥିଲେ।

ଏହାକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରିଥିଲେ। ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟର ଆଦେଶ ଉପରେ ରହିତାଦେଶ ଲଗାଇବାକୁ ସୋମବାର ମନା କରିଦେଇଥିଲେ। ବିଭିନ୍ନ ରାଜନୈତିକ ନେତାମାନେ ମଧ୍ୟ ଏହି ଆପକୁ ବ୍ୟାନ କରିବାକୁ ଦାବି କରିଥିଲେ। ଏହା ପରେ ହିଁ କେନ୍ଦ୍ର ସରକାର ଦ୍ୱାରା ଏପରି ନିଷ୍ପତ୍ତି ନିଆଯାଇଛି।

ଟିକଟକ ଗୋଟିଏ ବର୍ଷ ଭିତରେ ଭାରତରେ ବେଶ ଲୋକପ୍ରିୟ ହୋଇଥିଲା। ଚୀନର ବେଜିଂ ସ୍ଥିତ କମ୍ପାନି ଦ୍ୱାରା ପ୍ରସ୍ତୁତ ଏହି ଆପକୁ ପ୍ରଥମେ ମ୍ୟୁଜିକାଲି  ନାମରେ ଲଞ୍ଚ କରାଯାଇଥିଲା।

ଏହି ଆପ ଜରିଆରେ ଗୀତ, କମେଡି,ଫିଲ୍ମ ଡାଇଲଗ ଉପରେ ୟୁଜର୍ସ ଭିଡିଓ ପ୍ରସ୍ତୁତ କରୁଥିଲେ। ଭାରତରେ ଏହି ଆପର ପ୍ରାୟ ୧୦୪ମିଲିୟନରୁ ଅଧିକ ବ୍ୟବହାରକାରୀ ଅଛନ୍ତି।

LEAVE A REPLY

Please enter your comment!
Please enter your name here