ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ସୁନ୍ଦରଗଡ଼ରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ସୁନ୍ଦରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହଙ୍କ ଦୁଇ ଭାଇଙ୍କ ଉପରକୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି।

ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଭୁଜାଲିରେ ଯୋଗେଶ ସିଂହଙ୍କ ଦୁଇ ଭାଇଙ୍କ ସହିତ ମୋଟ ୫ ଜଣଙ୍କ ଉପରେ ମରାଣାନ୍ତକ ଆକ୍ରମଣ କରିଛନ୍ତି।

ଏହି ଆକ୍ରମଣରେ ସମସ୍ତ ଆହତଙ୍କୁ ନିକଟସ୍ଥ ସର୍ଗିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comment