ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ସକାଳ ୭ଟାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଲାଗି ମତଦାନ। ୫ଲୋକସଭା ସହ ୩୫ ବିଧାନସଭା ଆସନ ଲାଗି ମତଦାନ ହେଉଛି।

ଭୋଟ ଆରମ୍ଭରୁ କିଛି ବୁଥରେ ଇଭିଏମ ଅଚଳ ନେଇ ଅଭିଯୋଗ ଆସିଛି। ଯେଉଁଥିପାଇଁ ମତଦାନରେ ବିଳମ୍ବ ହେଉଛି। ଫୁଲବାଣୀରେ ୨ଟି ବୁଥରେ ଇଭିଏମ ଅଚଳ ଅଭିଯୋଗ ହୋଇଛି। ବୁଥ ନମ୍ବର ୧୧୩ ଓ ୧୦୧ରେ ଇଭିଏମ ଅଚଳ ହୋଇଥିବା କୁହାଯାଉଛି। ଯେଉଁଥିପାଇଁ ମତଦାନରେ ବିଳମ୍ବ ହେଉଛି।

ସେହିପରି କଣ୍ଟାବାଞ୍ଝିରେ ଗୋଟିଏ ବୁଥରେ ଲୋକେ ଭୋଟ ଦେଇପାରୁନାହାନ୍ତି। ବୁଥ ନମ୍ବର ୬୭ରେ ଇଭିଏମ ଅଚଳ ନେଇ ଅଭିଯୋଗ ହୋଇଛି।

ସେହିପରି ଟିଟିଲାଗଡ଼ରେ ମଧ୍ୟ ଇଭିଏମ ଆସିବା ପରେ ମତଦାନ ହେବ। ମତଦାନ ପାଇଁ ବୁଥ ବାହାରେ ଲୋକେ ଅପେକ୍ଷା କରିଛନ୍ତି।

Comment