ଓଡ଼ିଶାଲାଇଭ ବ୍ୟୁରୋ

ଗଣତାନ୍ତ୍ରିକ ରାଷ୍ଟ୍ରର ମହାପର୍ବ ୨୦୧୯ ଲୋକସଭା ନିର୍ବାଚନ ଶେଷ ହୋଇଛିା ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାରେ ଇଭିଏମକୁ ନେଇ ଅନେକ ବାଦ ବିବାଦ, ଆଲୋଚନା ସମାଲୋଚନା ହୋଇଛିା ଏଥର ନିର୍ବାଚନରେ ପାଖାପାଖି ୯୦ କୋଟି ମତଦାତାଙ୍କ ପାଇଁ ନିର୍ବାଚନ ଆୟୋଗ ଲକ୍ଷାଧିକ ଇଭିଏମର ବ୍ୟବସ୍ଥା କରିଥିଲୋ ଏଥରୁ ପାଖାପାଖି ୬୦ କୋଟି ଭୋଟର ନିଜର ମତସାବ୍ୟସ୍ତ କରିଥିଲୋ ନିର୍ବାଚନ ପରେ ଏବେ ଇଭିଏମକୁ ନେଇ ମନରେ ଏକ ପ୍ରଶ୍ନ ଉଠିଛିା

ପ୍ରଶ୍ନ ହେଉଛି ନିର୍ବାଚନ ପରେ ଏତେ ସଂଖ୍ୟକ ଇଭିଏମକୁ କ’ଣ କରାଯାଏ?

ଏହାକୁ ପୁଣି ନିର୍ବାଚନରେ ବ୍ୟବହାର କରାଯାଏ କି ନାହିଁ?

ଯଦି କରାଯାଏ ତେବେ ଏହାର ପ୍ରକିୟା କ’ଣ?

ଆସନ୍ତୁ ଜାଣିବା ଏହାର ସମସ୍ତ ପ୍ରକିୟା…

ମତଦାନ ପରେ ଇଭିଏକୁ କଡ଼ା ସୁରକ୍ଷା ଭିତରେ ଷ୍ଟ୍ରଙ୍ଗରୁମକୁ ଅଣାଯାଏା ଷ୍ଟ୍ରଙ୍ଗରୁମରେ ଇଭିଏମକୁ ପୂରା ଅନ୍ଧାରରେ ରଖାଯାଏା ସେଠାରେ କୌଣସି ପ୍ରକାର ଇଲେକଟ୍ରୋନିକ ଯନ୍ତ୍ର ରଖାଯାଏ ନାହିଁ। ମତଗଣନା ପରେ ଇଭିଏମକୁ ନେଇ ଥିବା ସମସ୍ତ ଔପଚାରିକ ପ୍ରକିୟା ପୂରା କରାଯାଇଥାଏା

ମତଗଣନା ଶେଷ ହେବା ପରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥାଏା ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ପୁଣିଥରେ ଇଭିଏମଗୁଡ଼ିକୁ ଷ୍ଟ୍ରଙ୍ଗରୁମକୁ ନିଆଯାଏା ରୁମକୁ ବନ୍ଦ କରି ଇଭିଏମକୁ ସିଲ କରାଯାଇଥାଏା ଏହି ପ୍ରକିୟା ପ୍ରାର୍ଥୀଙ୍କ ପ୍ରତିନିଧିଙ୍କ ସମ୍ମୁଖରେ ସମ୍ପନ୍ନ କରାଯାଏ ଏବଂ ସେମାନଙ୍କର ଦସ୍ତଖତ ନିଆଯାଏା

ନିର୍ବାଚନ ଆୟୋଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରାର୍ଥୀଙ୍କୁ ୪୫ ଦିନର ସମୟ ଦିଆ ଯାଇଥାଏା ଏହି ସମୟ ଭିତରେ ଯଦି କୌଣସି ପ୍ରାର୍ଥୀଙ୍କୁ ଭୋଟ କାଉଣ୍ଟିଂ ପ୍ରକିୟାରେ ସନ୍ଦେହ ହୁଏ ତେବେ ସେ ପୁଣିଥରେ ମତଗଣନା ପାଇଁ ଆବେଦନ କରିପାରିବୋ ୪୫ ଦିନ ପରେ ପୁନର୍ବାର ମତଗଣନା ପାଇଁ ଆବେଦନ କରାଯାଇ ପାରିବ ନାହିଁ।

ସେଥିପାଇଁ ଇଭିଏକୁ ୪୫ ଦିନ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମରେ ପୂରା ସୁରକ୍ଷାରେ ରଖାଯାଇଥାଏ। କେନ୍ଦ୍ର ଓ ରାଜ୍ୟ ସୁରକ୍ଷାବଳ ଏହି ଦାୟିତ୍ୱରେ ଥା‘ନ୍ତିା ୪୫ ଦିନ ପରେ ଇଭିଏମକୁ ଷ୍ଟୋରେଜ ରୁମକୁ ନିଆଯାଇଥାଏା ଏହାପରେ ନିର୍ବାଚନ ଆୟୋଗଙ୍କ ଇଞ୍ଜିନିୟର ଇଭିଏମର ଯାଞ୍ଚ କରିଥାନ୍ତିା ଯାଞ୍ଚ ସରିବା ପରେ ଇଭିଏମକୁ ପରବର୍ତ୍ତୀ ନିର୍ବାଚନ ପାଇଁ ସକ୍ଷମ ଘୋଷଣା କରାଯାଏା

Comment