ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗୁରୁବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ୨୫ ଜିଲ୍ଲାର ୪୮ ବ୍ଲକରେ ୧୩୧ ଜିଲ୍ଲା ପରିଷଦ ଜୋନ ପାଇଁ ମତଦାନ କରିଛନ୍ତି ଭୋଟର। କୋଭିଡ ନିୟମ ଅନୁସାରେ ୧୩,୫୧୪ଟି ବୁଥରେ ମୋଟ ୪୧, ୮୮,୩୮୨ ଭୋଟର ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ଝାରୁସୁଗୁଡ଼ା, ବୌଦ୍ଧ, ସୋନପୁର, ଅନୁଗୁଳ ଓ ଢେଙ୍କାନାଳ ଭଳି ୫ଟି ଜିଲ୍ଲାରେ ମତଦାନ ସରିଥିବାରୁ ବାକି ୨୫ ଜିଲ୍ଲାରେ ନିର୍ବାଚନ ଶେଷ ହୋଇଛି। ପୂର୍ବରୁ ନିର୍ବାଚନ ସମୟରେ ହିଂସାକାଣ୍ଡା ଘଟିଥିବାରୁ ମତଦନାର ଶେଷ ଦିନରେ ବିଭିନ୍ନ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ସିସିଟିଭି ଲଗାଯାଇଛି।

ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ମତଦାନ ଭଳି ହିଂସା, ବୁଥ୍ ରିଗିଂ ଓ ବୁଥ୍ ଲୁଟ୍ର ଯେପରି ପୁନରାବୃତ୍ତି ନହେବ ସେଥିପ୍ରତି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଥିଲା। ରାଜ୍ୟ ନିର୍ବାଚନ କମିଶନ ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପୂର୍ବ ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ।

ଚିହ୍ନଟ ହୋଇଥିବା ୧,୭୭୫ଟି ସମ୍ବେଦନଶୀଳ ବୁଥ୍‌ରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ୧୦ ବର୍ଷ ପରେ ନକ୍ସଲ ପ୍ରଭାବିତ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ନିର୍ବଚାନ ହୋଇଛି। ମାଓବାଦୀ ହିଂସା ପାଇଁ ଏଠାରେ ୨ଟି ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ବନ୍ଦ ରହିଥିଲା। ସ୍ୱାଭିମାନ ଅଞ୍ଚଳର ୧୧ଟି ବୁଥ୍‌ରେ ନିର୍ବାଚନ ହୋଇଛି।

ନିର୍ବାଚନ ଶେଷ ହୋଇଥିବା ୫ଟି ଜିଲ୍ଲାରେ ନିୟୋଜିତ ପୋଲିସ ଫୋର୍ସକୁ ୨୫ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ତ୍ରିୟସ୍ତରୀୟ ପଞ୍ଚାୟତ ନିର୍ବାଚନର ମୋଟ ୫ଟି ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ଆସନ୍ତା ଫେବ୍ରୁଆରି ୨୬, ୨୭ ଏବଂ ୨୮ ତାରିଖ ଭୋଟ ଗଣତି କରାଯିବ। କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କାର୍ଯ୍ୟ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

ଭୋଟ ଗଣତି ନେଇ ପୋଲିସ୍ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଏବଂ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆରକେ ଶର୍ମାଙ୍କ ସହ ସୁରକ୍ଷା ସମ୍ପର୍କିତ ସମୀକ୍ଷା କରିଛନ୍ତି ନିର୍ବାଚନ କମିଶନର। ଏହି ସମୟରେ ଯେପରି ଅପ୍ରିୟତିକର ପରିସ୍ଥିତି ନଉପୁଜେ ସେଥିପାଇଁ ତୀକ୍ଷ୍ନ ଦୃଷ୍ଟି ଦେବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comment