ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ନିଜର ସପ୍ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଦଳ ପକ୍ଷରୁ ରାଜ୍ୟର ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏଠାରେ ୬ଟିରୁ ୫ଟି ଆସନରେ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ଦଳ। ସୋମବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

ବିଜେଡିର ବିଧାନସଭା ପ୍ରାର୍ଥୀମାନେ ହେଲେ

  • ହିନ୍ଦୋଳ – ମହେଶ ସାହୁ
  • ରଘୁନାଥପାଲୀ – ଅର୍ଚ୍ଚନା ବେହେରା
  • ବାଲିକୁଦା ଏରସମା – ସାରଦା ଜେନା
  • କାକଟପୁର – ତୁଷାରକାନ୍ତି ବେହେରା
  • ବାଙ୍ଗିରିପୋଷି – ରଞ୍ଜିତା ମାର୍ଣ୍ଡି
  • ବରୀ – ବିଶ୍ଵରଞ୍ଜନ ମଲ୍ଲିକ

ଅନ୍ୟ ପଟେ ଏହି ତାଲିକାରେ ବିଜେଡି ପକ୍ଷରୁ ୫ ଜଣ ବିଧାୟକଙ୍କ ଟିକେଟ କାଟିଦିଆଯାଇଛି। ସେମାନଙ୍କ ମଧ୍ୟରେ ବରୀ ବିଧାୟିକା ସୁନନ୍ଦା ଦାସ, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ହିନ୍ଦୋଳ ବିଧାୟିକା ସୀମା ନାୟକ ସାମିଲ ଅଛନ୍ତି। ସେହିପରି ବାଙ୍ଗିରିପୋଷିରେ ସୁଦାମ ମାର୍ଣ୍ଡିଙ୍କ ସ୍ଥାନ ତାଙ୍କ ପତ୍ନୀ ରଞ୍ଜିତା ମାର୍ଣ୍ଡିଙ୍କୁ ଏବଂ ରଘୁନାଥପାଲୀରେ ବିଧାୟକ ସୁବ୍ରତ ତରାଇଙ୍କ ସ୍ଥାନରେ ପତ୍ନୀ ଅର୍ଚ୍ଚନା ବେହେରାଙ୍କୁ ଟିକେଟ୍ ଦିଆଯାଇଛି।

Tags: #OdishaAssemblyElections #BJD #Candidates #Politics #Odisha

LEAVE A REPLY

Please enter your comment!
Please enter your name here