ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ନିଜର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଏଥିରେ ଦଳ ପକ୍ଷରୁ ରାଜ୍ୟର ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ରବିବାର ରାତିରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି।

ତେବେ ଚଳିତ ବିଧାନସଭା ନିର୍ବାଚନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭଣ୍ଡାରପୋଖରୀ ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ବରିଷ୍ଠ ନେତା ଜୟଦେବ ଜେନାଙ୍କୁ ଆନନ୍ଦପୁରରୁ ପ୍ରାର୍ଥୀ କରିଛି ଦଳ।

ଅନ୍ୟପଟେ କଂଗ୍ରେସ ପକ୍ଷରୁ ତଳସରା ଆସନରେ ପ୍ରବୋଧ ତିର୍କୀଙ୍କ ଟିକେଟ୍ କାଟି ଦିଆଯାଇଛି। ଏଠାରୁ ପ୍ରବୋଧଙ୍କ ବଦଳରେ ଦେବେନ୍ଦ୍ର ଭିତାରିଆଙ୍କୁ ଟିକେଟ୍ ଦେଇଛି କଂଗ୍ରେସ। ସେହିପରି ବାଲିଗୁଡ଼ାରୁ ସୁରଡ଼ା ପ୍ରଧାନଙ୍କ ବଦଳରେ ଉପେନ୍ଦ୍ର ପ୍ରଧାନ ଏବଂ କବିସୂର୍ଯ୍ୟନଗରରୁ ଚିରଞ୍ଜୀବ ବିଶୋୟୀଙ୍କ ବଦଳରେ ବିପିନ ବିହାରୀ ସ୍ୱାଇଁଙ୍କୁ ଦଳ ପକ୍ଷରୁ ଟିକେଟ୍ ଦିଆଯାଇଛି।

କଂଗ୍ରେସର ବିଧାନସଭା ପ୍ରାର୍ଥୀମାନେ ହେଲେ

୧. ଅତାବିରା – ଅଭିଷେକ ସେଠ୍
୨. ତଳସରା – ଦେବେନ୍ଦ୍ର ଭିତାରିଆ
୩. କୁଚିଣ୍ଡା – କେଦାରନାଥ ବରିହା
୪. ରେଙ୍ଗାଲି – ଦିଲ୍ଲୀପ କୁମାର ଦୁରିଆ
୫. ସମ୍ବଲପୁର – ଦୁର୍ଗାପ୍ରସାଦ ପାଢ଼ୀ
୬. ରେଢ଼ାଖୋଲ – ଆସଫ୍ ଅଲ୍ଲୀ ଖାନ୍
୭. ଦେବଗଡ଼ – ସେମ୍ ହେମ୍ବ୍ରମ୍
୮. ତେଲକୋଇ – ନିର୍ମଳ ଚନ୍ଦ୍ର ନାୟକ
୯. ଘଷିପୁରା – ସୁବ୍ରତ ଚକ୍ର
୧୦. ଆନନ୍ଦପୁର – ଜୟଦେବ ଜେନା
୧୧. ପାଟଣା – ହୃଷିକେଶ ନାୟକ
୧୨. କେନ୍ଦୁଝର – ପ୍ରତିଭା ମଞ୍ଜରୀ ନାୟକ
୧୩. ଚମ୍ପୁଆ – ଯଶୱନ୍ତ ଲଘୁରୀ
୧୪. ଯଶୀପୁର – ଶ୍ୱେତା ଛଟ୍ଟର
୧୫. ସାରସକଣା – ରାମ କୁମାର ସୋରେନ୍
୧୬. ରାଇରଙ୍ଗପୁର – ଯୋଗେନ୍ଦ୍ର ବନରା
୧୭. ବାଙ୍ଗିରିପୋଷି – ମୁରଲୀଧର ନାୟକ
୧୮. କରଞ୍ଜିଆ – ଲକ୍ଷ୍ମୀଧର ସିଂହ
୧୯. ଉଦଳା – ଦୁର୍ଗା ଚରଣ ଟୁଡୁ
୨୦. ବାରିପଦା – ବାଦଲ ହେମ୍ବ୍ରମ୍
୨୧. ମୋରଡା – ପ୍ରଭାସ କର ମହାପାତ୍ର
୨୨. ଭୋଗରାଇ – ସତ୍ୟଶିବ ଦାସ
୨୩. ବସ୍ତା – ବିଜନ ନାୟକ
୨୪. ରେମୁଣା – ସୁଦର୍ଶନ ଜେନା
୨୫. ସୋର – ସୁବ୍ରତ ଧଡ଼ା
୨୬. ସିମୁଳିଆ – ହିମାଂଶୁ ଶେଖର ବେହେରା
୨୭. ଭଣ୍ଡାରୀପୋଖରୀ – ନିରଞ୍ଜନ ପଟ୍ଟନାୟକ
୨୮. ଭଦ୍ରକ – ଅସିତ୍ ପଟ୍ଟନାୟକ
୨୯. ବାସୁଦେବପୁର – ଅଶୋକ କୁମାର ଦାସ
୩୦. ଧାମନଗର – ରଞ୍ଜନ କୁମାର ବେହେରା
୩୧. ଚାନ୍ଦବାଲି – ଅମୀୟ କୁମାର ମହାପାତ୍ର
୩୨. ବିଞ୍ଝାରପୁର – କନକଲତା ମଲ୍ଲିକ
୩୩. ବରୀ – ଆରତୀ ଦେଓ
୩୪. ଧର୍ମଶାଳା – କିଶାନ ପଣ୍ଡା
୩୫. ଯାଜପୁର – ସୁଦୀପ କୁମାର କର
୩୬. କୋରେଇ – ବନ୍ଦିତା ପରିଡ଼ା
୩୭. ଢେଙ୍କାନାଳ – ସୁସ୍ମିତା ସିଂ ଦେଓ
୩୮. ହିନ୍ଦୋଳ – ଗୋବର୍ଦ୍ଧନ ଶେଖର ନାୟକ
୩୯. କାମାକ୍ଷାନଗର – ବିପ୍ରବର ସାହୁ
୪୦. ପରଜଙ୍ଗ – ରଞ୍ଜିତ କୁମାର ସାହୁ
୪୧. ତାଳଚେର – ପ୍ରଫୁଲ ଚନ୍ଦ୍ର ଦାସ
୪୨. ଅନୁଗୁଳ – ଅମ୍ବିକା ପ୍ରସାଦ ଭଟ୍ଟ
୪୩. ଛେଣ୍ଡିପଦା – ନରୋତ୍ତମ ନାୟକ
୪୪. ଆଠମଲ୍ଲିକ – ବିଜୟାନନ୍ଦ ଚାଉଳିଆ
୪୫. ବୀରମହାରାଜପୁର – ପ୍ରଦୀପ ସେଠୀ
୪୬. ସୋନପୁର – ପ୍ରିୟବ୍ରତ ସାହୁ
୪୭. ଟିଟିଲାଗଡ଼ – ବୀରେନ୍ଦ୍ର ବାଗ
୪୮. ଖରିଆର – କମଳ ଚରଣ ତାଣ୍ଡି
୪୯. ବାଲିଗୁଡ଼ା – ଉପେନ୍ଦ୍ର ପ୍ରଧାନ
୫୦. ବଡମ୍ବା – ସଞ୍ଜୟ କୁମାର ସାହୁ
୫୧. ବାଙ୍କୀ – ଦେବାଶିଷ ପଟ୍ଟନାୟକ
୫୨. ଆଠଗଡ଼ – ମେହବୁବ୍ ଅହମ୍ମଦ ଖାନ୍
୫୩. ଚୌଦାର କଟକ – ମୀରା ମଲ୍ଲିକ
୫୪. ନିଆଳି – ଜ୍ୟୋତିରଞ୍ଜନ ମଲ୍ଲିକ
୫୫. କଟକ ସଦର – ରାମଚନ୍ଦ୍ର ଗୋଚ୍ଛାୟତ
୫୬. ସାଲେପୁର – ଆକ୍ୟୁବ୍ ଉଜ୍ଜମାନ୍ ଖାନ୍
୫୭. ପାଟକୁରା – ରତିକାନ୍ତ କାନୁନଗୋ
୫୮. ଆଳି – ଦେବସ୍ମିତା ଶର୍ମା
୫୯. ପାରାଦୀପ – ନିରଞ୍ଜନ ନାୟକ
୬୦. ତିର୍ତ୍ତୋଲ – ହିମାଂଶୁ ଭୂଷଣ ମଲ୍ଲିକ
୬୧. ବାଲିକୁଦା ଏରସମା – ନଳିନୀ ସ୍ୱାଇଁ
୬୨. ପୁରୀ – ସୁଜିତ୍ ମହାପାତ୍ର
୬୩. ବ୍ରହ୍ମଗିରି – ମିତ୍ରଭାନୁ ମହାପାତ୍ର
୬୪. ଜୟଦେବ – ଜୟନ୍ତ କୁମାର ଭୋଇ
୬୫. ଏକାମ୍ର ଭୁବନେଶ୍ୱର – ପ୍ରଶାନ୍ତ କୁମାର ଚମ୍ପତି
୬୬. ଜଟଣୀ – ସନ୍ତୋଷ ଜେନା
୬୭. ବେଗୁନିଆ – ପୃଥ୍ୱୀବଲ୍ଲଭ ପଟ୍ଟନାୟକ
୬୮. ରଣପୁର – ବିଭୁପ୍ରସାଦ ମିଶ୍ର
୬୯. ନୟାଗଡ଼ – ରଞ୍ଜିତ ଦାଶ
୭୦. କବିସୂର୍ଯ୍ୟନଗର – ବିପିନ ବିହାରୀ ସ୍ୱାଇଁ
୭୧. ଖଲ୍ଲିକୋଟ – ଚିତ୍ରସେନ ବେହେରା
୭୨. ଆସ୍କା – ସୁରଭି ବିଶୋୟୀ
୭୩. ହିଞ୍ଜିଳି – ରଞ୍ଜିକାନ୍ତ ପାଢ଼ୀ
୭୪. ବ୍ରହ୍ମପୁର – ଦୀପକ ପଟ୍ଟନାୟକ
୭୫. ଦିଗପହଣ୍ଡି – ଶ୍ରୀଧର ଦେବ

ପୂର୍ବରୁ ପ୍ରଥମ ପର୍ୟ୍ୟାୟରେ କଂଗ୍ରେସ ପକ୍ଷରୁ ଓଡ଼ିଶାର ୪୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା। ଦ୍ଵିତୀୟ ପର୍ଯ୍ୟାୟରେ ୭୫ଟି ଆସନ ମଧ୍ୟରୁ ୩ଟି ଆସନରେ ପ୍ରାର୍ଥୀ ବଦଳାଇଛି ଦଳ। ଏହାକୁ ମିଶାଇ କଂଗ୍ରେସ ଏ ଯାଏଁ ମୋଟ ୧୧୯ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। 

Tags: #OdishaAssemblyElections #Congress #Candidates #Politics #Odisha

LEAVE A REPLY

Please enter your comment!
Please enter your name here