ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ନିଜର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଦଳ ପକ୍ଷରୁ ରାଜ୍ୟର ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ବଡ଼ଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ଦଳ। ଶନିବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀମାନଙ୍କ ନାଁ ଘୋଷଣା କରିଛନ୍ତି।

ବିଜେଡିର ବିଧାନସଭା ପ୍ରାର୍ଥୀମାନେ ହେଲେ

  • ଚିଲିକା – ରଘୁନାଥ ସାହୁ
  • ଆନନ୍ଦପୁର – ଅଭିମନ୍ୟୁ ସେଠୀ
  • ବଡ଼ଚଣା – ବର୍ଷା ପ୍ରିୟଦର୍ଶିନୀ
  • ସାରସକଣା – ଦେବାଶିଷ ମାର୍ଣ୍ଡି
  • କରଞ୍ଜିଆ – ବାସନ୍ତୀ ହେମ୍ବ୍ରମ
  • କେନ୍ଦ୍ରାପଡ଼ା – ଗଣେଶ୍ଵର ବେହେରା
  • ଚମ୍ପୁଆ – ସନାତନ ମହାକୁଡ଼
  • ରେମୁଣା – ବିଦ୍ୟାସ୍ମିତା ମହାଳିକ
  • ସିମୁଳିଆ – ସୁଭାଷିନୀ ସାହୁ

କିଛିଦିନ ତଳେ ବିଜେଡିରେ ମିଶିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏବେ ଅନୁଭବ ମହାନ୍ତି ବିଜେପିରେ ସାମିଲ ହୋଇଥିବାବେଳେ ବର୍ଷାଙ୍କୁ ଟିକେଟ ଦେଇ ବିଜେଡି ନୂଆ ରଣନୀତି କରିଥିବା କୁହାଯାଉଛି।

ଅନ୍ୟ ପଟେ ଏହି ତାଲିକାରେ ବିଜେଡି ପକ୍ଷରୁ ୫ଟି ଆସନରେ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି। ଦଳ ୫ ଜଣ ବିଧାୟକଙ୍କ ଟିକେଟ କଟିଦେଇଛି। ସେମାନଙ୍କ ମଧ୍ୟରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀ, ବଡ଼ଚଣା ବିଧାୟକ ଅମର ଶତପଥୀ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଏବଂ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତି ସାମିଲ ଅଛନ୍ତି।  

Tags: #OdishaAssemblyElections #BJD #Candidates #Politics #Odisha

LEAVE A REPLY

Please enter your comment!
Please enter your name here