ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି। ୫ଲୋକସଭା ଆସନ ସହ ୩୫ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେଉଛି।

୫ଲୋକସଭା ଆସନ ଲାଗି ୩୫ ଓ ୩୫ ବିଧାନସଭା ଆସନ ଲାଗି ମଇଦାନରେ ୨୪୪ଜଣ ପ୍ରାର୍ଥୀ ଅଛନ୍ତି। ମୋଟ୍ ୨୭୯ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା ହେବ। ଯେଉଁମାନଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜାନାର୍ଦ୍ଦନ।

୨୪୪ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୨୧୯ ପୁରୁଷ ଓ ୫ଜଣ ମହିଳା ଅଛନ୍ତି। ଏଥର ମୋଟ ୭୬ ଲକ୍ଷ ୯୩ହଜାର ୧୨୩ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।

ଦ୍ୱିତୀୟ ପର୍ଯ୍ୟାୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୩୯ଲକ୍ଷ ୪୫ହଜାର ୨୫ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୩୭ଲକ୍ଷ ୪୭ହଜାର ୪୯୩ ରହିଛି।

ଏଥର ମୋଟ ୩୭୦୧ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

Comment