ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ହେବ। ୫ଲୋକସଭା ଆସନ ସହ ୩୫ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ। ଏନେଇ ଏହି କ୍ଷେତ୍ରମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ମାଓ ପ୍ରବଣ ଅଞ୍ଚଳ କନ୍ଧମାଳ ଓ ବଲାଙ୍ଗିରରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ବଲାଙ୍ଗିର ଜିଲ୍ଲାର ଲାଠୋର, ଲରମ୍ଭା ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ସମ୍ବେଦନଶୀଳ ବୁଥମାନଙ୍କରେ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି।

ମୋଟ ୬୦ହଜାରରୁ ଅଧିକ ପୁଲିଂ ଅଧିକାରୀ ନିୟୋଜିତ ରହିବେ। ଏଥର ମୋଟ ୩୭୦୧ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ଭୋଟିଂ ସମୟରେ ଭିଡ଼ିଓ ଗ୍ରାଫି ଓ ଷ୍ଟିଲ ଫଟୋଗ୍ରାଫିର ବ୍ୟବସ୍ଥା ରହିବ। ଏହାସହିତ ସମସ୍ଥ ସେକ୍ଟର ଅଫିସରଙ୍କ ଗାଡିକୁ ଜିପିଏସ ଟ୍ରାକିଂ କରାଯିବ।

ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥଗୁଡ଼ିକରେ ସିକ୍ୟୁରିଟି ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସେଣ୍ଟ୍ରାଲ ଫୋର୍ସ, ଷ୍ଟେଟ ଆର୍ମପୋଲିସ, ବିଏସଫ, ସିଆରପିଏଫ ଏବଂ ସିଆଇଏସଫ ଯବାନମାନଙ୍କୁ ନିୟୋଜିତ କରାଯାଇଛି।

Comment