ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ୧୨ଟି ରାଜ୍ୟର ୯୫ଟି ଲୋକସଭା ଆସନରେ ମତଦାନ ଶେଷ ହୋଇଛି। ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୬୩୮ ପ୍ରାର୍ଥୀଙ୍କ ସହିତ ହାଇପ୍ରୋଫାଇଲ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇସାରିଛିା

ଏହି ପର୍ଯ୍ୟାୟରେ ଦେଶର ବହୁ ହାଇ ପ୍ରୋଫାଇଲ ନେତା ଭୋଟ ଦେଇଛନ୍ତିା  ଦେଶର ସବୁଠୁ ବଡ ରାଜ୍ୟ ଉତ୍ତରପ୍ରଦେଶର ୮ଟି ଆସନ ପାଇଁ ଭୋଟ୍ ପଡ଼ିଛି। ମଥୁରାରୁ ସାଂସଦ ପ୍ରାର୍ଥୀ ଥିବା ହେମା ମାଳିନୀ ଭୋଟ୍ ଦେଇଛନ୍ତି।

ସେହିପରି ୟୁପିର ଫତେପୁର ସିକ୍ରିରୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବବର ଭୋଟ୍ ଦେଇଛନ୍ତି।

ତାମିଲନାଡୁର ଶିବଗଙ୍ଗା ଲୋକସଭା ଆସନରେ ଭାଗ୍ୟ ପରୀକ୍ଷା କରୁଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତି ଚିଦାମ୍ବରମ ନିଜର ମତସାବ୍ୟସ୍ତ କରିଛନ୍ତି।  ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ, ପତ୍ନୀ ଏବଂ ବୋହୂ ମଧ୍ୟ ଭୋଟ୍ ଦେଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବେଙ୍ଗଲୁର ଜୟାନଗର ମତଦାନ କେନ୍ଦ୍ରରେ ନିଜର ମତସାବ୍ୟସ୍ତ କରିଥିଲେ।

ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜନନ୍ଦଗାଁଓ ସଂସଦୀୟ କ୍ଷେତ୍ରର ଏକ ଭୋଟଗ୍ରହଣ କେନ୍ଦ୍ରରେ ପରିବାର ସହ ମତଦାନ କରିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ସୁଶୀଲ କୁମାର ସିନ୍ଧେ ମହାରାଷ୍ଟ୍ର ସୋଲାପୁର ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ସେହିପରି କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ତାଙ୍କ ପୁଅ ଯତୀନ୍ଦ୍ର ମଧ୍ୟ ମୈସୁର ପୋଲିଂ ବୁଥରେ ଭୋଟ ଦେଇଛନ୍ତି।

ଡିଏମକେ ମୁଖ୍ୟ ଏମ୍ କେ ଷ୍ଟାଲିନ ଚେନ୍ନାଇ ତେନାମପେଟରେ ନିଜର ମତସାବ୍ୟସ୍ତ କରିଛନ୍ତି। 

ସେହିପରି କମଲ ହାସନ ଏବଂ ତାଙ୍କ ଝିଅ ଶ୍ରୁତି ହାସନ ମଧ୍ୟ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଇଥିଲେ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ, ତାଙ୍କ ସ୍ତ୍ରୀ ଆଉ ପୁଅ ମଧ୍ୟ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ଭୋଟ୍ ଦେଇଛନ୍ତି । ପୁଡୁଚେରୀର ଉପରାଜ୍ୟପାଳ କିରଣ ବେଦୀ ଧାଡ଼ିରେ ଛିଡା ହୋଇ ଭୋଟ୍ ଦେଇଥିଲେ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ, ଏଏମଏମକେ ଦଳର ମୁଖ୍ୟ ଟିଟିଭି ଦିନାକରଣ ଭୋଟ୍ ଦେଇଥିଲେ।

ଜମ୍ମୁ କଶ୍ମୀରର ଉଧମପୁର ଆସନରୁ ନିର୍ବାଚନ ଲଢ଼ୁଥିବା ବିଜେପିର ହେଭୱେଟ ନେତା ତଥା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ  କଂଗ୍ରେସର ବିକ୍ରମାଦିତ୍ୟ ସିଂହ ଓ ପାନ୍ଥର ପାର୍ଟିର ହର୍ଷଦେବ ସିଂହଙ୍କୁ ଟକ୍କର ଦେଉଛନ୍ତି। ନ୍ୟାସନାଲ କନଫ୍ରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲା ଏବଂ ତାଙ୍କ ପୁଅ ଓମାର ଅବଦୁଲା ମଧ୍ୟ ପୋଲିଂ ବୁଥରେ ଭୋଟ୍ ଦେଉଥିବାର ନଜର ଆସିଥିଲେ।

Comment