ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଓଡ଼ିଶା ସମେତ ୧୧ ରାଜ୍ୟରେ ଚାଲିଛି ମତଦାନ, ଏହା ସହିତ କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରୀରେ ମଧ୍ୟ ଆଜି ମତଦାନ ହେଉଛି।
ମୋଟ ୯୫ ଲୋକସଭା ଆସନ ଲାଗି ମତଦାନ ଚାଲିଛି। ପ୍ରାୟ ୧୬୦୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଜନତା ଜନାର୍ଦ୍ଦନ।
ବିଭିନ୍ନ ସ୍ଥାନରେ ମତଦାନ ହେଉଛି। ଏହାସହିତ କିଛି ସ୍ଥାନରେ ଇଭିଏମ ତ୍ରୁଟି ଅଭିଯୋଗ ଆସୁଛି। କିଛି ବୁଥ ଆଗରେ ଅନେକ ସମୟ ହେବ ଅପେକ୍ଷା କରିଛନ୍ତି ଭୋଟର ମାତ୍ର ମତଦାନ ବିଳମ୍ବ ହେଉଛି।
ସେପଟେ ତାମିଲନାଡ଼ୁର ଭେଲୋରରେ ନିର୍ବାଚନ ବାତିଲ ହୋଇଛି। ପ୍ରଚୁର ଟଙ୍କା ମିଳିବା ପରେ ସେଠାରେ ମତଦାନ ବାତିଲ କରିଛନ୍ତି ନିର୍ବାଚନ ଆୟୋଗ।


















